ରାହୁଳଙ୍କ ଗଡରେ ଅମିତ୍ ଶାହ ! ଅମେଠିରେ କରିବେ ବିଜେପିର ଶକ୍ତି ପ୍ରଦର୍ଶନ, ୨୦୧୯ ନିର୍ବାଚନରେ ମାତ ଦେବାକୁ ପ୍ରସ୍ତୁତ କରିବେ ରଣନୀତି

ଅମିତ ଶାହଙ୍କ ଚିଠିର ଜବାବ ଦେଲେ ଚନ୍ଦ୍ରବାବୁ ନାଇଡ ! ବିଜେପିକୁ ମିଛ ବୋଲି କହିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

Photo Courtesy : http://www.livemint.com/

କନକ ବ୍ୟୁରୋ : ରାହୁଲଙ୍କ ଗଡ଼ରେ ବିଜେପିର ଶକ୍ତି ପ୍ରଦର୍ଶନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଅମେଠିରେ ବିରାଟ ରାଲି କରିବେ । ପୁଅ ଜୟ ଶାହଙ୍କ ସମ୍ପତି ବିବାଦରେ ଫଶିଥିବା ଅମିତ ଶାହ ଏଠାରେ ବିରୋଧୀଙ୍କୁ କଡା ଜବାବ ଦେଇପାରନ୍ତି । ଆଜିି ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅମେଠିରେ ପହଂଚି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

publive-imageତେବେ ଅମିତ ଶାହଙ୍କ ପୂର୍ବରୁ ଗତକାଲି ଠାରୁ ଅମେଠିରେ ପହଂଚି ସାରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃୃତି ଇରାନୀ । ଅମେଠିର ଗୌରୀଗଂଜରେ ଅମିତ ଶାହ ରାଲି କରିବେ । କଂଗ୍ରେସ ମୁକ୍ତ ଭାରତ ଅଭିଯାନରେ ଅମିତ ଶାହ ଦିନିକିଆ ଅମେଠି ଗସ୍ତ କରିବାକୁ ଥିବାବେଳେ କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ ଦୁଇଦିନିଆ ଗସ୍ତ କରିଛନ୍ତି  । ୨୦୧୪ରେ ଦେଶରେ ମୋଦି ଲେହର ପରେ ମଧ୍ୟ ରାହୁଲ ଗାନ୍ଧୀଙ୍କଠାରୁ ସ୍କୃତି ୧ ଲକ୍ଷରୁ ଅଧିକ ଭୋଟରେ ହାରିଥିଲେ । ତେବେ ୨୦୧୯ ନିର୍ବାଚନରେ ରାହୁଲଙ୍କୁ ମାତ୍ ଦେବା ପାଇଁ ସ୍ମୃତି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କୁହାଯାଉଛି । ସେଠାରେ ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏହା ସହ କଂଗ୍ରେସର ୬୦ରୁ ୭୦ ନେତା ବିଜେପିର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe