ସଂକ୍ରମଣ ବଢୁଥିବାରୁ ପୋଲସରା ବ୍ଲକ ମଥୁରା ପଞ୍ଚାୟତ ସଟଡାଉନ : ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଜୁଲାଇ ୧୩ ଯାଏ ସଟଡାଉନ କଲେ ସରପଞ୍ଚ । ସେପଟେ ଆସନ୍ତା ୭ରୁ ୧୦ ଯାଏ ଗୁଣପୁରର ପାରିକୁଦି ପଞ୍ଚାୟତ ସଡଡାଉନ

429

କନକ ବ୍ୟୁରୋ : ପୋଲସରା ବ୍ଲକ ମଥୁରା ପଂଚାୟତକୁ  ଏକ ସପ୍ତାହ ଧରି ସଟଡାଉନ ଘୋଷଣା କଲେ  ସରପଂଚ । ସୋମବାର ରାତି ୧୦ଟାରୁ ଜୁଲାଇ ୧୩ ତାରିଖ ଯାଏଁ ଘୋଷଣା ହୋଇଛି ସଟଡାଉନ । ପୋଲସରା ଅଂଚଳରେ ପଜିଟିଭ ସଂଖ୍ୟା ବଢୁଥିବାରୁ ସରପଂଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପଂଚାୟତରେ ୭ହଜାର ଲୋକେ ରହୁଛନ୍ତି ।

ଏହି ଗାଁରେ ଥିବା ଷ୍ଟେଟବ୍ୟାଙ୍କରେ  କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ପଂଚାୟତରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ପୋଲସରା ବିଡିଓ ଓ ତହସିଲଦାରଙ୍କ ସହିତ ଆଲୋଚନା ପରେ ମଥୁରା ପଂଚାୟତକୁ ଏକ ସପ୍ତାହ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଂଚ ।

ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଣପୁର ରାମନାଗୁଡା ବ୍ଲକ ପାରିଖିଟି ପଂଚାୟତକୁ ସଟଡାଉନ ଘୋଷଣା କରାଯାଇଛି ।ଆସନ୍ତା ୭ରୁ ୧୦ ତାରିଖ ଯାଏ ୪ ଦିନ ପ।ଇଁ ସଟଡାଉନ ଘୋଷଣା କରିଛନ୍ତି ସରପଂଚ । ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସରପଂଚ ଏହି ପଂଚାୟତକୁ ସଟଡାଉନ କରିଛନ୍ତି ।