ଉତ୍ତରକୋରିଆ ସହ ଯୁଦ୍ଧ ପାଇଁ ଆମେରିକାର ପ୍ରସ୍ତୁତି : ଦକ୍ଷିଣ ଚୀନ୍ ସାଗରରେ ପହଞ୍ଚିଲା କ୍ଷେପଣାସ୍ତ୍ର ବିଧ୍ୱଂସୀ ଯୁଦ୍ଧ ଜାହାଜ

Advertisment
ଉତ୍ତରକୋରିଆ ସହ ଯୁଦ୍ଧ ପାଇଁ ଆମେରିକାର ପ୍ରସ୍ତୁତି : ଦକ୍ଷିଣ ଚୀନ୍ ସାଗରରେ ପହଞ୍ଚିଲା କ୍ଷେପଣାସ୍ତ୍ର ବିଧ୍ୱଂସୀ ଯୁଦ୍ଧ ଜାହାଜ

image courtesy -http://i2.cdn.cnn.com

କନକ ବ୍ୟୁରୋ : ଯେକୌଣସି ମୂହୂର୍ତରେ ଆମେରିକା ଓ ଉତରକୋରିଆ ମଧ୍ୟରେ ଯୁଦ୍ଧ ହୋଇପାରେ । ଏଥିପାଇଁ ପୁରା ପ୍ରସ୍ତୁତି ଚଳାଇଛି ଆମେରିକା । ଦକ୍ଷିଣ ଚୀନ୍ ସାଗରରେ ଆମେରିକା ସରକାର କ୍ଷେପଣାସ୍ତ୍ର ବିଧ୍ୱଂସୀ ଯୁଦ୍ଧ ଜାହାଜକୁ ସଜାଗ କରାଇଛନ୍ତି । ବଡ଼ ଧରଣର ଯୁଦ୍ଧ ପାଇଁ ଉତ୍ତର କୋରିଆ ପ୍ରସ୍ତୁତି ଚଳାଇଥିବାରୁ ଏହାର ମୁକାବିଲା ପାଇଁ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ଏକଜୁଟ ହେଉଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଉତ୍ତର କୋରିଆ ଆକ୍ରମଣ କରିପାରେ ବୋଲି ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ସରକାରଙ୍କୁ ସତର୍କ କରାଇ ଦେଇଛି। ଦକ୍ଷିଣ କୋରିଆର ବରିଷ୍ଠ ସାମରିକ ଅଧିକାରୀ ଏବଂ ଶାସକ ଦଳ ନେତାଙ୍କ ତୁହାକୁ ତୁହା ବୈଠକ ଅନୁଷ୍ଠିତ ହେଉଛି ।

ଦକ୍ଷିଣ ଚୀନ୍ ସାଗରରେ ଥିବା ବିବାଦୀୟ ଦ୍ୱୀପ ଅଂଚଳରେ ଆମେରିକା ନୌସେନାର ଅତି ଶକ୍ତିଶାଳୀ କ୍ଷେପଣାସ୍ତ୍ର ବିଧ୍ୱଂସୀ ଯୁଦ୍ଧ ଜାହାଜ ୟୁଏସ୍ଏସ୍ ସେଫି-ଡିଡିଜି ୯୦ ପହଞ୍ଚି ଯାଇଛି। ଚୀନ୍ ଏହାର ତୀବ୍ର ବିରୋଧ କରି ନିଜର ସମୁଦ୍ର ଅଂଚଳ ଏବଂ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ଚେତାବନୀ ଦେଇଛି। ଆମେରିକା ଆମର ସାର୍ବଭୌମତ୍ୱକୁ ସମ୍ମାନ ଦେଇ କାର୍ୟ୍ୟ କରିବାକୁ ହେବ ବୋଲି ଚୀନ୍ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନିଂ କହିଛନ୍ତି। ଆମେରିକାର ଯୁଦ୍ଧ ଜାହାଜ ଚୀନ୍ଆpublive-imageଇନ ଏବଂ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରି ଦକ୍ଷିଣ ଚୀନ୍ ସାଗରରେ ପହଞ୍ଚିଛି ବୋଲି ସେ କହିଛନ୍ତି। ତେବେ ଚୀନ୍ର କୌଣସି ଚେତାବନୀକୁ ଭୃକ୍ଷେପ କରିନଥିବା ଆମେରିକାର ପ୍ରତିରକ୍ଷା ବିଭାଗ ପ୍ରବକ୍ତା କହିଛନ୍ତି ଯେ ଯେଉଁ ପର୍ୟ୍ୟନ୍ତ ଅନ୍ତର୍ଜାତୀୟ ଆଇନ ଆମକୁ ଅନୁମତି ଦେଉଛି ଆମେ ସେ ପର୍ୟ୍ୟନ୍ତ ପହଞ୍ଚିପାରିବୁ ।

ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରିବାର ପ୍ରଶ୍ନ ଉଠୁନାହିଁ ଏବଂ ଦକ୍ଷିଣ ଚୀନ୍ ସାଗରରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଅଧିକାର ଆମର ରହିଛି ବୋଲି ଆମେରିକା କହିଛି। ଦକ୍ଷିଣ ଚୀନ୍ ସାଗରକୁ ନେଇ ଅନ୍ତର୍ଜାତୀୟ ଅଦାଲତର ରାୟକୁ ପ୍ରତ୍ୟାଖ୍ୟାନ କରିଥିବା ଚୀନ୍ ଏହି ଅଂଚଳ ଉପରେ ଏକଚାଟିଆ ଅଧିକାର ଚାହୁଥିବା ବେଳେ ଏହି ସାଗର ସଂଲଗ୍ନ ଅନ୍ୟ ସମସ୍ତ ରାଷ୍ଟ୍ର ଏହାର ବିରୋଧ କରୁଛନ୍ତି।

ଗତ କିଛି ଦିନ ମଧ୍ୟରେ ଉତରକୋରିଆ ଅନେକ ଥର ପରମାଣୁ ବୋମା ପରୀକ୍ଷା କରି ସମଗ୍ର ବିଶ୍ୱକୁ ଚକିତ କରାଇଛି । ଜାତିସଂଘ ଆଇନକୁ ଅମାନ୍ୟ କରି ପରମାଣୁ ବୋମା ପରୀକ୍ଷା କରୁଛି । ବାରମ୍ବାର ଆମେରିକା ବିରୋଧରେ ମନ୍ତବ୍ୟ ଦେଉଛି । ତେବେ ଉତ୍ତରକୋରିଆକୁ ମୁହଁତୋଡ ଜବାବ ଦେବାପାଇଁ ମଧ୍ୟ ପଛରେ ପଡିନି ଆମେରିକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe