ଆଉ ନାହାନ୍ତି Cut+Copy+Paste କମାଣ୍ଡର ଜନକ : ୭୪ ବର୍ଷ ବୟସରେ ଲ୍ୟାରି ଟେସଲରଙ୍କ ଦେହାନ୍ତ

Advertisment
ଆଉ ନାହାନ୍ତି Cut+Copy+Paste କମାଣ୍ଡର ଜନକ : ୭୪ ବର୍ଷ ବୟସରେ ଲ୍ୟାରି ଟେସଲରଙ୍କ ଦେହାନ୍ତ

https://www.jagran.com/

କନକ ବ୍ୟୁରୋ : ଆଉ ନାହାନ୍ତି ‘କଟ୍ କପି ଆଣ୍ଡ୍ ପେଷ୍ଟ୍’ କୌଶଳର ଉଦ୍ଭାବନ କରିଥିବା କମ୍ପ୍ୟୁଟର୍ ବୈଜ୍ଞାନିକ ଲ୍ୟାରି ଟେସଲର । ୭୪ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି । Xerox Palo Alto Research Center ଟ୍ୱିଟର ମାଧ୍ୟମରେ ଲ୍ୟାରି ଟେସଲରଙ୍କ ନିଧନ ବିଷୟରେ ସୂଚନା ଦେଇଛନ୍ତି । ଟେସଲର ପୂର୍ବରୁ ବୈଜ୍ଞାନିକ ଭାବେ ଜେରକ୍ସରେ କାମ କରିଥିଲେ ।

୧୯୪୫ ମସିହାରେ ନ୍ୟୁୟର୍କରେ ଜନ୍ମିତ ଟେସଲର୍ ଷ୍ଟାନଫୋର୍ଡରେ କମ୍ପ୍ୟୁଟର୍ ବିଜ୍ଞାନ ପଢ଼ିଥିଲେ । ୧୯୭୩ ମସିହାରେ ‘ଜେରକ୍ସ’ର ‘ପାଲୋ ଅଲ୍ଟୋ ରିସର୍ଚ ସେଣ୍ଟର୍’ରେ ସେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ସେହି ସମୟରେ ସେ ‘କଟ୍, କପି ଆଣ୍ଡ୍ ପେଷ୍ଟ’ କୌଶଳ ଉଦ୍ଭାବନ କରିଥିଲେ । ପରବର୍ତ୍ତୀ ସମୟରେ ‘କଟ୍, କପି ଆଣ୍ଡ୍ ପେଷ୍ଟ୍’ କମ୍ପ୍ୟୁଟର୍ରେ ଏକ ସାଧାରଣ ବୈଶିଷ୍ଟ୍ୟ ହୋଇପାରିଥିଲା ।

୧୯୮୦ ମସିହାରେ ସେ ‘ଆପଲ୍ ଆଣ୍ଡ୍ ଷ୍ଟିଭ୍ ଜବ୍ସ୍’ରେ ଯୋଗ ଦେଇଥିଲେ । ସେଠାରେ ସେ ‘ଲିସା’ ଏବଂ ‘ଆପଲ୍’ର ଅନ୍ୟାନ୍ୟ କମ୍ପ୍ୟୁଟର୍ ବିକଶିତ କରିଥିଲେ। ୨୦୦୧ ରୁ ୨୦୦୫ ମଧ୍ୟରେ ସେ ‘ଆମାଜନ୍’ରେ ଯୋଗ ଦେଇଥିଲେ। ଏହାପରେ ସେ ‘ୟାହୁ’ରେ ଯୋଗ ଦେଇଥିଲେ। ୨୦୦୮ରେ ‘ୟାହୁ’ ଛାଡ଼ି ସେ ସ୍ୱାଧୀନ ପରାମର୍ଶଦାତା ଭାବେ କାର୍ୟ୍ୟ କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe