ନିର୍ବାଚନରେ ପରାଜୟ ପାଇଁ ଆମେରିକାର ଏଫବିଆଇକୁ ଦାୟୀ କଲେ ହିଲାରୀ କ୍ଲିଂଟନ

Advertisment
ନିର୍ବାଚନରେ ପରାଜୟ ପାଇଁ  ଆମେରିକାର ଏଫବିଆଇକୁ ଦାୟୀ କଲେ ହିଲାରୀ କ୍ଲିଂଟନ

କନକ ବ୍ୟୁରୋ : ହିଲାରୀ କ୍ଲିଂଟନ ତାଙ୍କ ପରାଜୟ ପାଇଁ ଆମେରିକାର ଏଫବିଆଇକୁ ଦାୟୀ କରିଛନ୍ତି । ହିଲାରୀ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଏଫବିଆଇର ଡାଇରେକ୍ଟର ଜେମ୍ସ କମେ ତାଙ୍କ ବିରୋଧରେ ନିର୍ବାଚନର ମାତ୍ର ଦୁଇ ସପ୍ତାହ ପୂର୍ବରୁ ଇମେଲ୍ ଲିଙ୍କ୍ ନେଇ ବିବାଦୀୟ ପ୍ରସଙ୍ଗ ରିଲିଜ୍ କରିବାରୁ ତାଙ୍କୁ ପରାଜୟ ଭୋଗିବାକୁ ପଡିଲା ।

ହିଲାରୀ ଆହୁରି କହିଛନ୍ତି ନିର୍ବାଚନରେ ଯେତେବେଳେ ସେ ଏକ ପ୍ରକାର ନିଶ୍ଚିତ ଜିତିବା ସ୍ଥିତିରେ ଥିଲେ ସେତେବେଳେ ଏଫବିଆଇ ଏହି ପ୍ରସଙ୍ଗ ସମ୍ମୁଖକୁ ଆଣିଥିଲା । ତେଣୁ ଟ୍ରମ୍ପ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେପଟେ ଆମେରିକାର ଅନେକ ସହରରେ ଟ୍ରମ୍ପଙ୍କୁ ବିରୋଧ କରି ବିକ୍ଷୋଭ କରାଯାଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe