କନକ ବ୍ୟୁରୋ : ହିଲାରୀ କ୍ଲିଂଟନ ତାଙ୍କ ପରାଜୟ ପାଇଁ ଆମେରିକାର ଏଫବିଆଇକୁ ଦାୟୀ କରିଛନ୍ତି । ହିଲାରୀ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଏଫବିଆଇର ଡାଇରେକ୍ଟର ଜେମ୍ସ କମେ ତାଙ୍କ ବିରୋଧରେ ନିର୍ବାଚନର ମାତ୍ର ଦୁଇ ସପ୍ତାହ ପୂର୍ବରୁ ଇମେଲ୍ ଲିଙ୍କ୍ ନେଇ ବିବାଦୀୟ ପ୍ରସଙ୍ଗ ରିଲିଜ୍ କରିବାରୁ ତାଙ୍କୁ ପରାଜୟ ଭୋଗିବାକୁ ପଡିଲା ।
ହିଲାରୀ ଆହୁରି କହିଛନ୍ତି ନିର୍ବାଚନରେ ଯେତେବେଳେ ସେ ଏକ ପ୍ରକାର ନିଶ୍ଚିତ ଜିତିବା ସ୍ଥିତିରେ ଥିଲେ ସେତେବେଳେ ଏଫବିଆଇ ଏହି ପ୍ରସଙ୍ଗ ସମ୍ମୁଖକୁ ଆଣିଥିଲା । ତେଣୁ ଟ୍ରମ୍ପ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେପଟେ ଆମେରିକାର ଅନେକ ସହରରେ ଟ୍ରମ୍ପଙ୍କୁ ବିରୋଧ କରି ବିକ୍ଷୋଭ କରାଯାଉଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-13-11h07m09s145.png)