ଜେଲରେ ରାମ ରହିମଙ୍କ ଦେଖାଚାହାଁ କରିବା ପାଇଁ ଚାହୁଁଥିଲେ ହନିପ୍ରୀତ୍ ! ନିଜେ ହେଲେ ରୋଗର ଶିକାର

39

କନକ ବ୍ୟୁରୋ : ଦିନ ଥିଲା ରାମ ରହିମଙ୍କ ସହ ଜେଲ ଯିବା ତାଙ୍କ ଏକାଠି ରହିବା ପାଇଁ ଚାହୁଁଥିଲେ ହନିପ୍ରୀତ୍ । କିନ୍ତୁ ଏବେ ବାବାଙ୍କ ଲାଡ଼ଲୀଙ୍କ ଅବସ୍ଥା କହିଲେ ନସରେ । ଜେଲରେ ବିଭିନ୍ନ ରୋଗର ଶିକାର ହୋଇଛନ୍ତି ହନି । ବଳାତ୍କାରୀ ବାବା ରାମରହିମଙ୍କ ସହ ଏକାଠି ଜେଲରେ ରହିବା ପାଇଁ ସ୍ୱପ୍ନ ଦେଖୁଥିବା ହନିପ୍ରୀତ କେବେ ଅପରାଧୀ ସାଜି ଜେଲ ଯିବେ ଭାବି ନ ଥିଲେ । ଏବେ ତାଙ୍କୁ ଦେଖାଚାହାଁ କରିବା ପାଇଁ ଲୋକ ଆବଶ୍ୟକ । କାରଣ ସେ ଅନେକ ରୋଗରେ ଆକ୍ରାନ୍ତ ହେଲେଣି ।

honeypreetଗୁରମିତ ରାମରହିମଙ୍କୁ ପୁଲିସ କବଳରୁ ମୁକ୍ତ କରିବାକୁ ସ୍ଥଁ ପ୍ରୟାସ କରି ନିଜେ ହନିପ୍ରୀତ ରାମରହିମଙ୍କ ସହ ଜେଲରେ ରହିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ । ଏହି ଇଚ୍ଛାକୁ ପୂର୍ଣ କରିବାଲାଗି ନକଲି ମେଡିକାଲ ସାର୍ଟିଫିକେଟ ମଧ୍ୟ ତିଆରି କରିଥିଲେ । ଏଥିରେ ସଫା ଲେଖାଥିଲା ହନିପ୍ରୀତ ହେଉଛନ୍ତି ରାମରହିମଙ୍କ ଆଟେଣ୍ଡାଣ୍ଟ । ତେଣୁ ସେ ବାବାଙ୍କ ପାଖେ ରହିବା ନିହାତି ଜରୁରୀ, କାରଣ ଗୁରମିତ ରାମରହିମ ଅସୁସ୍ଥ ଅଛନ୍ତି ।

ମାତ୍ର ଜେଲ ପ୍ରଶାସନ ଆରମ୍ଭରୁ ହିଁ ଏକ ଡାକ୍ତରୀ ଟିମ୍ ସଜାଗ କରି ରଖିଥିଲେ । ସେଠାରେ ରାମରହିମଙ୍କ ଡାକ୍ତାରୀ ପରୀକ୍ଷା ପରେ ଜଣାପଡ଼ିଲା ସେ ସମ୍ପୂର୍ଣ ସୁସ୍ଥ । ତେଣୁ ଗୁରମିତ ରାମରହିମ ଓ ହନିପ୍ରୀତଙ୍କ ଏକାଠି ରହିବା ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା । କେବେ ଗୁରମିତ ରାଜଉଆସର ରାଣୀ ଥିବା ହନିପ୍ରୀତ । ଆଜି ଜେଲର ଚାରିକାନ୍ଥ ଭିତରେ ଯନ୍ତ୍ରଣା ପାଉଛନ୍ତି ।
ଲୋକଙ୍କୁ ମିଳିଲ