“ମୁଁ ପିଲା ଜନ୍ମ କରିବାର ଯନ୍ତ୍ର ନୁହଁ”! କହିଲେ, ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ

119

ଏକ ସାଧାରଣ ଝିଅ ହେଉ କିମ୍ବା କୌଣସି ବଲିଉଡ ନାୟିକା, ସମସ୍ତଙ୍କୁ ବିବାହ ପରେ ଗୋଟିଏ ପ୍ରକାରର ପ୍ରଶ୍ନର ସାମ୍ନା କରିବାକୁ ପଡେ ତାହା ହେଲା ପିଲା ଜନ୍ମ । ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ମଧ୍ୟ ଅନେକ ଥର ଏହି ପ୍ରଶ୍ନର ସାମ୍ନା କରିବାକୁ ପଡିଛି, ଖାସ କରି ସେତେେବେଳ ଯେତେବେଳେ କଛି ଦିନ ପୂର୍ବରୁ ତାଙ୍କୁ ଅନେକ ଥର ମେଡିକାଲର ଚକ୍କର କାଟିବା ଦେଖା ଯାଇଥିଲା ।

କିନ୍ତୁ ଏବେ ବିଦ୍ୟା ଏହି ପ୍ରଶ୍ନ ଉପରେ କଡା ଜବାବ ଦେଇଛନ୍ତି । ଖବର ଅନୁସାରେ ଏହି ବିଷୟରେ ଯେବେ ବିଦ୍ୟାଙ୍କୁ ପଚରା ଯାଇଥିଲା, ସେ କହିଥିଲେ ଜଣା ନାହିଁ ପିଲାଜନ୍ମକୁ ନେଇ ଲୋକମାନେ ଏତେ ବ୍ୟାକୁଳ କାହିିଁକି ? “ମୁଁ ପିଲା ଜନ୍ମ କରିବାର ଯନ୍ତ୍ର ନୁହଁ” । ଏମିତିରେ ହୁନିଆରେ ଜନସଂଖ୍ୟା ବଢିବାରେ ଲାଗିଛି । ଯଦି କୌଣସି ଲୋକର ପିଲା ହେଉନି ସେଥିିରେ କିଛି ଚିନ୍ତାର କାରଣ ନାହିଁ ।

ଏହାସହ ସେ କହିଛନ୍ତି ଏହି ବିଷୟରେ ଆଲୋଚନା କରିବା କେବଳ ମୋର ଓ ମୋ ସ୍ୱାମୀଙ୍କର ଅଧିକାର ଅଛି । ବିଦ୍ୟା କହିଛନ୍ତି କାହାର କୌଣସ ଅଧିକାର ନାହିଁ ସେ ଆମ ବ୍ୟକ୍ତିଗତ ଜୀବନରେ ଅଧିକାର କରୁ । ସେ ଯାହା ବି ହେଉ ଏବେ ବିଦ୍ୟା ବାଲାନ ପିଲାକୁ ନେଇ ନୁହଁ ନିଜ ପେଶାଦାର ଜୀବନ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତ ବୋଲି ପ୍ରକାଶ କରିଛନ୍ତି ।