କନକ ବ୍ୟୁରୋ : ନୀଳ ସମୁଦ୍ରରେ ନାରୀଶକ୍ତି । ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଦେଶର ମଙ୍ଗ ସମ୍ଭାଳିବା ପରେ ନାରୀଶକ୍ତିର ପରିଚୟ ଦେଇଛନ୍ତି ନେଭିର ମହିଳା ଅଫିସର୍ । ପ୍ରଥମ ଥର ପାଇଁ ସାଗର ପରିକ୍ରମାରେ ବାହାରିଛନ୍ତି ଭାରତୀୟ ନୌସେନାର ୬ ମହିଳା କ୍ରୁ ମେମ୍ବର । ୫୫ ଫୁଟର ଏକ ଛୋଟ ଜାହାଜ ଆଇଏନଏସଭି ତାରିଣୀରେ ସମୁଦ୍ର ରାସ୍ତା ଦେଇ ୭ ମାସ ପର୍ଯ୍ୟନ୍ତ ପୁରା ବିଶ୍ୱ କରିବେ ପରିକ୍ରମା । ଏହା ଦୁନିଆର ପ୍ରଥମ ଜାହାଜ ଯେଉଁଠି ସମସ୍ତ କ୍ରୁ ମେମ୍ବର ମହିଳା ।
ଏହି ମିଶନର ନାଁ ରହିଛି ‘ନାବିକା ସାଗର ପରିକ୍ରମା’ । ମହିଳାଙ୍କ ଦ୍ୱାରା ସମୁଦ୍ର ମାର୍ଗରେ ପୃଥିବୀ ପରିକ୍ରମା କରିବାରେ ଏହା ହେଉଛି ପ୍ରଥମ ପ୍ରୟାସ । ରକ୍ଷା ମନ୍ତ୍ରୀ ପାଣାଜୀରେ ଏହି ଦଳକୁ ପତାକା ଦେଖାଇ ବିଦାୟ ଦେଇଛନ୍ତି । ନେଭିର ଏହି ମହିଳା ଟିମ ଗୋଆ ବନ୍ଦରରୁ ପରିକ୍ରମା ଆରମ୍ଭ କରିଛନ୍ତି । ଏହି ପରିକ୍ରମା ୫ଟି ପର୍ଯ୍ୟାୟରେ ପୂରଣ ହେବ। ଯାତ୍ରା ସମୟରେ ଟିମ ଖାଦ୍ୟ ସାମଗ୍ରୀ ଓ ଜାହାଜର ମରାମତି ପାଇଁ ଚାରୋଟି ବନ୍ଦର ଫ୍ରେମନଟଲ(ଅଷ୍ଟ୍ରେଲିଆ),ଲିଟଲେଟନ(ନ୍ୟୁଜିଲ୍ୟାଣ୍ଡ), ପୋର୍ଟ ଷ୍ଟେନଲେ(ଫାକଲୈଣ୍ଡସ) ଓ କେପ ଟାଉନ(ଦକ୍ଷିଣ ଆଫ୍ରିକା)ରେ ଅଟକିବେ । ଦୁନିଆ ଭ୍ରମଣ କରି ଏହି କ୍ରୁ ସଦସ୍ୟ ୨୦୧୮ରେ ଭାରତ ଫେରିବେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ଅଫିସରଙ୍କ ସହ ଫଟୋ ଟ୍ଵିଟ୍ କରି ଏହି ଦିନକୁ ବହୁତ ଖାସ ଦର୍ଶାଇଛନ୍ତି ଏବଂ ମହିଳା ଅଫିସରଙ୍କୁ ଶୁଭକାମନା ଦେଇଛନ୍ତି । ପିଏମ ଟ୍ଵିଟ୍ କରି ଲେଖିଛନ୍ତି ଆଜିର ଦିନଟି ବହୁତ ଖାସ ଦିନ। ନେଭିର ୬ ମହିଳା ଅଫିସର ଆଇଏନଏସ ତାରିଣୀରେ ଦୁନିଆର ପରିକ୍ରମା ପାଇଁ ବାହାରିଛନ୍ତି। ଦେଶବାସୀ ନରେନ୍ଦ୍ର ମୋଦି ଆପ ଜରିଆରେ ଏହି ମହିଳା ଟିମକୁ ଶୁଭକାମନା ଦେଇ ସେମାନଙ୍କର ମନୋବଳ ବଢ଼ାଇ ପାରିବେ। ଏହି ସ୍ମରଣୀୟ ଯାତ୍ରା ପାଇଁ ପୁରା ଦେଶ ଏହି ମହିଳାଙ୍କ ସହ ରହିଛନ୍ତି।
ଗୋଟିଏନଜରରେଆଇଏନଏସଭି ତାରିଣୀ :
ଲମ୍ବା : ୫୫ ଫୁଟ୍
ମସ୍ତୁଲର ଉଚ୍ଚତା : ୭୫ ଫୁଟ
ଗୋଆରେ ହୋଇଛି ନୌକାର ନିର୍ମାଣ
୧୮ ଫ୍ରେବ୍ରୁଆରୀ ୨୦୧୭ରେ ଭାରତୀୟ ନୌସେନାରେ ସାମିଲ୍ ହୋଇଥିଲା ଆଇଏନଏସଭି ତାରିଣୀ
ମହିଳା ଅଧିକାରୀଙ୍କ ସହ ଆଇଏନଏସଭି ତାରିଣୀ ପ୍ରଥମ ଥର ଗୋଆରୁ ପୋରବନ୍ଦର ଏବଂ ପରେ ମରିଶସ ପର୍ଯ୍ୟନ୍ତ ଯାତ୍ରା କରିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/all-women-navy-tarini-crew.jpg.image_.975.568.jpg)
/kanak/media/post_attachments/wp-content/uploads/2017/09/Capture-6-300x160.jpg)