କରୋନାକୁ ନେଇ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର : କ୍ରମାଗତ ତୃତୀୟ ଦିନ ପାଇଁ ପରୀକ୍ଷା ପାଇଁ ଯାଇଥିବା ସମସ୍ତ ନମୁନା ଆସିଲା ନେଗେଟିଭ

5,451

କନକ ବ୍ୟୁରୋ : କରୋନାକୁ ନେଇ ରାଜ୍ୟବାସୀଙ୍କ ପାଇଁ ସବୁଠାରୁ ଆଶ୍ୱସ୍ତିର ଖବର । ଗତକାଲି ପରୀକ୍ଷା ହୋଇଥିବା ସବୁ ନମୁନା ନେଗେଟିଭ ଆସିଛି । ଗତକାଲି ପରୀକ୍ଷା ପାଇଁ ଯାଇଥିଲା ୧୦୪୨ଟି ନମୂନା । ସୂଚନା ଅନୁସାରେ ଏହି ସବୁ ନମୁନା ନେଗେଟିଭ୍ ଆସିଛି । ସବୁଠାରୁ ବଡ କଥା ହେଉଛି କ୍ରମାଗତ ତୃତୀୟ ଦିନ ପାଇଁ ଓଡିଶାରେ ପରୀକ୍ଷା ପାଇଁ ଯାଇଥିବା ସବୁ ନମୁନା ନେଗେଟିଭ୍ ଆସିଛି । ଏହା ଭିତରେ ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନେ ସମସ୍ତେ ଭୁବନେଶ୍ୱରବାସିନ୍ଦା ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହା ସହ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୨୧ରେ ପହଂଚିଛି ।

ଗତ ୭୨ ଘଂଟା ମଧ୍ୟରେ ଓଡିଶାରେ ଆଉ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ରାଜ୍ୟରେ କରୋନା ରୋଗୀ ସଂଖ୍ୟା ସେହି ୬୦ରେ ସ୍ଥିର ରହିଛି । ବର୍ତମାନ ୩୮ ଜଣ ଆକ୍ଟିଭ୍ କରୋନା ରୋଗୀ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ସୁଦ୍ଧା ମୋଟ ୮ ହଜାର ୬୧୯ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଏହା ମଧ୍ୟରୁ ୮ ହଜାର ୫୫୯ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି ।