କପିଲ ଶର୍ମାଙ୍କୁ ଛାଡି ସୁନୀଲଙ୍କ ସହ ହାତ ମିଳାଇଲେ ଅଲୀ ଅସଗର ! ଅନ୍ୟ ଚ୍ୟାନେଲରେ ଉଭୟେ ଆଣିବେ ଏକ ନୂଆ ସୋ’

18

କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ଝଗଡାରେ ପ୍ରତିଦିନ ଏକ ନୁଆ ମୋଡ ଆସୁଛି । ପ୍ରତିନିନ ଉଭୟଙ୍କୁ ନେଇ ନୂଆ ନୂଆ ଖବର ଆସୁଛି । ତାଜା ଖବର ଅନୁସାରେ କପିଲଙ୍କ ସୋ’ରେ ଦାଦି ଭୂମିକାରେ ଅଭିନୟ କରୁଥବା ଅଲୀ ଅସଗର, ସୁନୀଲ ଗ୍ରୋଭରଙ୍କ ସହ ମିଶି ଅନ୍ୟ ଚ୍ୟାନେଲରେ ସେମାନଙ୍କର ନୂଆ ସୋ’ ଆଣିପାରନ୍ତି । ଧୀରେ ଧୀରେ ସମସ୍ତେ କପିଲ ଶର୍ମାଙ୍କ ସୋ’ ଛାଡୁଛନ୍ତି ।

ପ୍ରଥମେ ସୁନୀଲ ଗ୍ରୋଭର, ତା’ପରେ ଚନ୍ଦନ ପ୍ରଭାକର ଆଉ ଏବେ ଅଲୀ ଅସଗର । ଏଥିନେଇ ଅଲୀ କପିଲଙ୍କ ସୋ’ର ସୁଟିଂରେ ସାମିଲ ହୋଇନାହାନ୍ତି । କେବଳ ଏତିକି ନୁହଁ କିକୁ ସାରଦା ମଧ୍ୟ ସୁନୀଲ ଗ୍ରୋଭରଙ୍କ ସହ ମିଶି ଏକ ଲାଇଭ ସୋ’ କରିବା ପାଇଁ ଯାଉଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି କେହି ବି କପିଲଙ୍କ ବେପରୁୱା ଢଙ୍ଗ ପାଇଁ ତାଙ୍କ ସହ ସୋ’ ରେ କାମ କରିବା ପାଇଁ ଚାହୁଁ ନାହାନ୍ତି ।