ଅକ୍ଷୟ କୁମାରଙ୍କ ସିନେମା ‘ଜଲି ଏଲଏଲବି ୨’ କଲା ରେକର୍ଡ ! ତୃତୀୟ ଦିନରେ ୫୦ କୋଟିରୁ ଅଧିକ ଆୟ

ଅକ୍ଷୟ କୁମାରଙ୍କ ସିନେମା ‘ଜଲି ଏଲଏଲବି ୨’ କଲା ରେକର୍ଡ ! ତୃତୀୟ ଦିନରେ ୫୦ କୋଟିରୁ ଅଧିକ ଆୟ

ଖିଲାଡି ଷ୍ଟାର ଅକ୍ଷୟ କୁମାର ବଲିଉଡ ବକ୍ସ ଅଫିସରେ ତାଙ୍କ ଜଲୱା ଜାରି ରଖିଛନ୍ତି । ନିକଟରେ ରିଲିଜ ହୋଇଥିବା ସିନେମା “ଜଲି ଏଲଏଲବି ୨” ରିଲିଜର ତିନି ଦିନରେ ହିଁ ୫୦ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇପାରିଛି । ଆଶା କରାଯାଉଛି ସିନେମାରେ ଅକ୍ଷୟଙ୍କ ଯୁକ୍ତି ଦର୍ଶକଙ୍କୁ ପସନ୍ଦ ଆସିଛି । ଏହି ସିନେମା ପ୍ରଥମ ଦିନ ୧୩ କୋଟି ୨୦ ଲକ୍ଷ ଆୟ କରିଥିଲା, ଦ୍ୱିତୀୟ ଦିନ ୧୭ କୋଟି ୩୧ ଲକ୍ଷ ଓ ତୃତୀୟ ଦିନ ୧୯ କୋଟି ୯୫ ଲକ୍ଷ ଆୟ କରିପାରିଛି । ଆଗକୁ ମଧ୍ୟ ଅକ୍ଷୟଙ୍କ ଏହି ସିନେମା ଅଧିକ ସଫଳତା ସାଉଁଟିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe