ଆନ୍ଦୋଳନ ସମୟରେ ଚାଷୀଙ୍କୁ ଉଠାଇନେଲା ପୋଲିସ୍ ! ଅକ୍ଷୟ କହିଲେ, ସରକାର ଦମନଲୀଳା କରି ଆନ୍ଦୋଳନକୁ ରୋକିପାରିବେ ନାହିଁ

143

କନକ ବ୍ୟୁରୋ : ନବନିର୍ମାଣ କୃଷକ ସଂଗଠନ ଆଜି ୧୨ ଘଂଟିଆ ବନ୍ଦ ଡାକରା ଦେଇଛି । ପ୍ରାଇସ୍,ପ୍ରେଷ୍ଟିଜ୍, ପେନସନ୍ ଦାବିରେ ଆନ୍ଦୋଳନ କରୁଛନ୍ତି ଚାଷୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ବନ୍ଦ ପାଳନ କରୁଛନ୍ତି । ଯାଜପୁର, ବାଲେଶ୍ୱର, ଢ଼େଙ୍କାନାଳ, କେନ୍ଦୁଝରରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ତେବେ ସମ୍ବଲପୁର, ବରଗଡ, ଦେବଗଡ, ମାଲକାନଗିରି ଓ ମୟୂରଭଞ୍ଜରେ ବନ୍ଦ୍ ପ୍ରଭାବ ଶୂନ୍ୟ ରହିଛି । ଯାତାୟତ ସ୍ୱାଭାବିକ ଥିବାବେଳେ ଦୋକାନ ବଜାର ଖୋଲା ରହିଛି । ରାଜଧାନୀ ଭୁବନେଶ୍ୱରରେ ବନ୍ଦର ଆଶିଂକ ପ୍ରଭାବ ପଡ଼ିଛି । ଭୁବନେଶ୍ୱର ରେଳଷ୍ଟେସନରେ ଯାତାୟତ ସ୍ୱାଭାବିକ ରହିଛି । ପୋଲିସ୍ ଅନୁସାରେ ଭୁବନେଶ୍ୱରରେ ସକାଳୁ ୭୦ ଜଣ ଚାଷୀଙ୍କୁ ଗରିଫ କରାଯାଇଛି । କଳ୍ପନା ଓ ମାଷ୍ଟକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଚାଷୀଙ୍କୁ ଉଠାଇ ନେଇଛି ପୋଲିସ୍ । ସହରରରେ ଜନଜୀବନ ଆଶିଂକ ବାଧାପ୍ରାପ୍ତ ହୋଇଛି ।

ତେବେ ଚାଷୀଙ୍କ ଗିରଫ ପରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଦମନ କରି ଆନ୍ଦୋଳନକୁ ରୋକାଯାଇପାରିବ ନାହିଁ । ବନ୍ଦର ପ୍ରଭାବ ଫିକା ପଡ଼ିନି । ସାରା ରାଜ୍ୟରେ ବନ୍ଦର ପ୍ରଭାବ ପଡ଼ିଛି । ସରକାର ଦମନଲୀଳା ଚଳାଇ ଚାଷୀ ଆନ୍ଦୋଳକୁ ରୋକିବା ପାଇଁ ଚାହୁଁଛନ୍ତି । ପ୍ରାଇସ୍, ପ୍ରେଷ୍ଟିଜର ଆନ୍ଦୋଳନକୁ ଶେଷ କରିବା ପାଇଁ ଚେଷ୍ଟା କରାଯାଉଛି, ଯାହା ଅସମ୍ଭବ । ଅନ୍ଦୋଳନକୁ ରୋକିବା ପାଇଁ ଚାହିଁଲେ ତାହାର ପ୍ରଭାବ ଅଧିକ ପଡ଼ିବ । ହିଂସା ନୁହେଁ ଅହିଂସାରେ ଆନ୍ଦୋଳନ କରାଯାଉଛି । ଛାତ୍ରଛାତ୍ରୀଙ୍କ ସ୍କୁଲ ବସକୁ ଅଟକାଯାଇନି । ସେପଟେ ସଚଳିବାଳୟ ଘେରାଉ ଉଦ୍ୟମ କରିଛନ୍ତି କର୍ମୀ । ଘେରାଉ ଉଦ୍ୟମ ବେଳେ କର୍ମୀଙ୍କ ଜୋରଜବରଦସ୍ତ ଉଠାଇ ନେଇଛି ପୋଲିସ୍ ।