ଉତ୍ତରପ୍ରଦେଶରେ ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଫସିଲେ ଅଖିଳେଶ ! କହିଲେ, ଅନ୍ୟଠୁ ପଇସା ନେଇ ସାଇକେଲକୁ ଦିଅ ଭୋଟ୍

24

କନକ ବ୍ୟୁରୋ : ଆସନ୍ତାକାଲି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ମତଦାନ । ହେଲେ ଏହା ପୂର୍ବରୁ ପ୍ରଚାର ବେଳେ ବିବାଦୀୟ ଭାଷଣ ଦେଇ ଅଡୁଆରେ ପଡି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ସମସ୍ତଙ୍କ ଠାରୁ ପଇସା ନିଅ, ହେଲେ ଆମକୁ ଭୋଟ୍ ଦିଅ କହି ଫସି ଯାଇଛନ୍ତି ଅଖିଳେଶ ।

ବିବାଦୀୟ ଭାଷଣ ପାଇଁ ଅଖିଳେଶଙ୍କୁ ନୋଟିସ ପଠାଇଛନ୍ତି ନିର୍ବାଚନ କମିଶନ୍ । ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ତାଙ୍କୁ ଜବାବ ମାଗିଛନ୍ତି ନିର୍ବାଚନ କମିଶନ୍ । ଭଦୋହି ଜ୍ଞାନପୁରରେ ଶେଷଦିନରେ ପ୍ରଚାର ବେଳେ ଅଖିଳେଶ କହିଥିଲେ ଯେ ଅନ୍ୟ ଦଳଙ୍କ ଠାରୁ ପଇସା ନେଇଯାଅ, କିନ୍ତୁ ସାଇକେଲ ଚିହ୍ନରେ ଭୋଟ୍ ଦିଅ ।