କାଶ୍ମୀରରେ ଆତଙ୍କବାଦ ବିରୋଧରେ ବଡ ଅପରେସନ ପାଇଁ ପ୍ରସ୍ତୁତି : ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲଙ୍କ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା

123

କନକ ବ୍ୟୁରୋ : କାଶ୍ମୀରରେ ଆତଙ୍କବାଦ ବିରୋଧରେ ବଡ ଅପରେସନ ପାଇଁ ପ୍ରସ୍ତୁତି । କାଶ୍ମୀରରେ ବରିଷ୍ଠ ଅଧିକାରୀଙ୍କ ସହ ଏନଏସଏ ମୁଖ୍ୟ ଅଜିତ୍ ଡୋଭାଲଙ୍କ ବୈଠକ ହୋଇଛି । ବିନା କୌଣସି ସୂଚନାରେ ଡୋଭାଲ ଜମ୍ମୁକାଶ୍ମୀର ଗସ୍ତରେ ଯିବାପରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆତଙ୍କବାଦୀ ପୁଣି କାଶ୍ମୀର ସୀମାରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚୁଥିବା ସୂଚନା ମିଳିଛି । ତେଣୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା କାଶ୍ମୀର ଶ୍ରୀନଗର ଗସ୍ତ କରି ସୁରକ୍ଷା ଏଜେନ୍ସି ସହ ବୈଠକ କରିଥିଲେ ଡୋଭାଲ  । ଏହା ସହ କାଶ୍ମୀର ସୀମାରେ ସୁରକ୍ଷା କଡ଼ାକଡ଼ି କରିବା ସହ ସେନା ବଢାଇବାକୁ ନିଷ୍ପତି ନେଇଛନ୍ତି ।

ସୂଚନା ଅନୁସାରେ କାଶ୍ମୀର ସୀମାରେ ପାକିସ୍ତାନର କିଛି ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି । ତେଣୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲ ଗତ ବୁଧବାର ଦିନ ଜାମ୍ମୁ କାଶ୍ମୀର ଶ୍ରୀନଗରରେ ପହଂଚି ଗୁଇନ୍ଦା ବିଭାଗର ବିଭିନ୍ନ ଉଚ୍ଚସ୍ଥରୀୟ ଅଧିକାରୀଙ୍କ ସହ ଅଲଗା ଅଲଗା ବୈଠକ କରିଥିଲେ । ସୀମା ସୁରକ୍ଷା ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ବୈଠକ ବସିବାର କିଛି ସମୟ ପୂର୍ବରୁ ହିଁ ଅଧିକାରୀ ମାନଙ୍କୁ ଏହି ସମ୍ପର୍କରେ ସୂଚନା ଦିଆଯାଇଥିଲା । ଆତଙ୍କବାଦ ବିରୋଧରେ ଲଢେଇ ଜୋରଦାର କରିବାକୁ ଗତ ୨୫ ତାରିଖରେ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ପରେ ଜମ୍ମୁ କଶ୍ମୀରରେ ଏବେ ଅଧିକ ୧୦ ହଜାର ଯବାନ ମୁତୟନ ହୋଇଛନ୍ତି । ଏଭଳି ସ୍ଥିତିରେ କାଶ୍ମୀରରେ ଆତଙ୍କବାଦ ବିରୋଧରେ ବଡ ଅପରେସନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରୁଥିବା ଆକଳନ କରାଯାଉଛି ।

ଏପରି ଏକ ସମୟରେ ଟେରର ଫଣ୍ଡିଂ ମାମଲାରେ ଜାମ୍ମୁକାଶ୍ମୀରରେ ଏଏନଆଇ ରେଡ଼ ହୋଇଛି । ଜାମ୍ମୁ କାଶ୍ମିରର ବାରାମୁଲାର ୪ ଟି ସ୍ଥାନରେ ରେଡ଼ କରିଛି ଏନଆଇଏ । ସୁଚନା ଅନୁସାରେ ଉତର କାଶ୍ମିର ବାରମୁଲା ଜିଲ୍ଲାର ୪ଟି ସ୍ଥାନରେ ରେଡ଼ କରୁଛି ଏନଆଇଏ । ପୁଲିସ ଏବଂ ସିଆରପିଏଫ୍ ଯବାନଙ୍କ ସହ ବିଛିନ୍ନତାବାଦୀ ନେତା ସଜ୍ଜାଦ ଲୋନଙ୍କ ସହଯୋଗୀ ଆସିଫ୍ ଲୋନ, ତନବୀର ଅହମଦ, ତାରିକ୍ ଅହମଦ ଏବଂ ବିଲାଲ ଭଟ୍ଟଙ୍କ ଘରେ ଏନଆଇଏ ଛାପା ମାରିଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ସନ୍ଦେହରେ ଏମାନଙ୍କ ଘରେ ଏକ ସମୟରେ ଚଢଉ କରିଛି ଏନଆଇଏ ଟିମ୍ ।