ପଛରେ ପଡ଼ିଲେ ମୋଦି : ନିର୍ବାଚନୀ ଖର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ଟପି ଗଲେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ

504

କନକ ବ୍ୟୁରୋ : ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନ ପାଇଁ ପ୍ରାର୍ଥୀମାନେ ନିର୍ବାଚନୀ ଖର୍ଚ୍ଚ ବିଷୟରେ ତଥ୍ୟ ପ୍ରଦାନ କରିଛନ୍ତି । ତଥ୍ୟ ଅନୁସାେରେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ବିଜେପି ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ନିର୍ବାଚନ ପ୍ରଚାର ଖର୍ଚ୍ଚରେ ଆଗରେ ଅଛନ୍ତି । ନାମାଙ୍କନ ଠାରୁ ଆରମ୍ଭ କରି ୧୬ ମେ ପର୍ଯ୍ୟନ୍ତ ଅଜୟ ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଅନ୍ୟପଟେ ପ୍ରଧାମନ୍ତ୍ରୀ ମୋଦି କିନ୍ତୁ ୨୪ ଲକ୍ଷ ତଥା ଏକ ଅଜୟ ରାୟଙ୍କ ଠାରୁ ଏକ ଲକ୍ଷ ଟଙ୍କା କମ୍ ଖର୍ଚ୍ଚ କରିଛନ୍ତି । ଏହାସହ ସପା ପ୍ରାର୍ଥୀ ଶାଲୀନ ଯାଦବ ଏବେ ପର୍ଯ୍ୟନ୍ତ ମାତ୍ର ୯ ଲକ୍ଷ ୭୧ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ।

ସୂଚନା ଅନୁସାରେ ବାରାଣାସୀ ସିଟରେ ବିଜେପି, କଂଗ୍ରେସ ଓ ସପା ପ୍ରାର୍ଥୀ ନିର୍ବାଚନୀ ସଭାରେ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଆଉ ତା’ପଛକୁ ରହିଛି ଇନ୍ଧନ, ଗାଡ଼ି ଓ ଭଡ଼ାରେ ହୋଇଥିବା ଖର୍ଚ୍ଚ । ଅଜୟ ରାୟ ୧୫ ମେରେ ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ଼ ସୋ’ରେ ଚା, ଜଳଖିଆ, ବ୍ୟାନର, ପୋଷ୍ଟର ଆଦିରେ ଏକ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ସୂଚନାଯୋଗ୍ୟ ପ୍ରାର୍ଥୀମାନେ ଖର୍ଚ୍ଚ ସୀମା ତୁଳନାରେ ଏବେ ପର୍ଯ୍ୟନ୍ତ ଅଧା ରାଶି ମଧ୍ୟ ଖର୍ଚ୍ଚ କରିପାରନି ନାହାନ୍ତି ।

ତେବେ ଏମିତି ଜଣେ ପ୍ରାର୍ଥୀ ଅଛନ୍ତି ଯିଏ ନିର୍ବାଚନ ପାଇଁ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ କରିନାଆନ୍ତି । ମହାରାଷ୍ଟ୍ରରୁ ଆସିଥିବା ସ୍ୱାଧୀନ ପ୍ରାର୍ଥୀ ମନୋହର ରାଓ ପାଟିଲ ଛତୁଆ ଖାଇ ପାଦରେ ଚାଲି ଚାଲି ପ୍ରଚାର କରିଛନ୍ତି ।