ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କର ସିନେମା ‘ବାଦଶାହୋ’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଅଜୟ ଏହି ପୋଷ୍ଟରକୁ ନିଜେ ଟ୍ୱିଟ କରି ସେୟାର କରିଛନ୍ତି । ଫଟୋଟି ସହ କିଛି ବାର୍ତ୍ତା ମଧ୍ୟ ଲେଖାଯାଇଛି । ୧୯୭୫ର ଜରୁରୀକାଳୀନ ପରିସ୍ଥିତି . . . . , ୯୬ ଘଣ୍ଟା . . . . ୬୦୦କିମି . . . . ‘ବାଦଶାହୋ’ର ଝଡ଼ ଆସୁଛି ବୋଲି ଲେଖାହୋଇଛି । ଏହାର ନିର୍ଦ୍ଦେଶନା ହାୟିତ୍ୱରେ ଅଛନ୍ତି ମିଲନ ଲୁଥରିୟା ।
ଏଇଠି କହିରଖୁଛୁ ଯେ, ବାଦଶାହୋରେ ଅଜୟ ଦେବଗନ, ଇମରାନ ହାସମି ଏବଂ ମିଲନ ଲୁଥରିୟା କାମ କରୁଛନ୍ତି । ଏହା ଏମାନଙ୍କର ଦ୍ୱିତୀୟ ଏକାଠି କରିଥିବା ସିନେମା । ଏହି ସିନେମା ପୂର୍ବରୁ ତିନିଜଣ ‘ୱାନ୍ସ ଅପନ ଏ ଟାଇମ ମୁମ୍ୱାଇ’ରେ ନଜର ଆସିଥିଲେ । ଏମାନଙ୍କ ବ୍ୟତୀତ ସିନେମାରେ ଇଲିୟାନା ଡିକ୍ରୁଜ, ଇଶା ଗୁପ୍ତା ଓ ବିଦ୍ୟୁତ ଜାମବାଲ ଅଭିନୟ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/55.jpg)