ଏୟାରଟେଲ ନିକଟରେ ଏକ ନୂଆ ଯୋଜନା ଲଞ୍ଚ କରିଛି । ଏହି ଯୋଜନା ଜରିଆରେ ଗ୍ରାହକଙ୍କୁ ୪୯ ଟଙ୍କାରେ ୩ ଜିବି ଡାଟା ସୁବିଧା ଉପଲବ୍ଧ କରାଉଛି କମ୍ପାନି। ସୂଚନା ଅନୁସାରେ ଏହି ଯୋଜନାର ବୈଧତା ମାତ୍ର ୧ ଦିନ । ଏହା ଏକ ପ୍ରିପେଡ଼୍ ଯୋଜନା । ପୋଷ୍ଟପେଡ଼୍ ଗ୍ରାହକ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏହି ଅଫର ସବୁ ଗ୍ରାହକଙ୍କ ପାଇଁ ନୁହେଁ ବୋଲି କମ୍ପାନି ସ୍ପଷ୍ଟ କରିଛି । ତେବେ ଏହି ଅଫର ବିଷୟରେ ଅଧିକ ଜାଣିବା ପାଇଁ ଗ୍ରାହକଙ୍କୁ ଏହାରଟେଲ ଆପ ଭିଜିଟ୍ କରିବା ପାଇଁ ପଡ଼ିବ ।
ଏୟାରଟେଲର ଏହି ଯୋଜନା ଅନୁସାରେ ଗ୍ରାହକ କେବଳ ଡାଟା ବ୍ୟବହାର କରିପାରିବେ କିନ୍ତୁ ଏଥିରେ ଭଏସ୍ କଲିଂ ସୁବିଧା ନାହିଁ । ୪୯ ଟଙ୍କିଆ ଯୋଜନା ଅନୁସାରେ ଅନ୍ୟ ଗ୍ରାହକଙ୍କୁ କେବଳ ୧ ଜିବି ଡାଟା ମିଳିବ । ତେବେ ଏହି ଯୋଜନାକୁ ପରିବର୍ତ୍ତନ କରାଯାଇ ୩ ଜିବି ଡାଟା ଉପଲବ୍ଧ କରାଯାଉଛି । ଏହି ପ୍ୟାକର ଖାସ କଥା ହେଲା ଏଥିରେ ୪ଜି/୩ଜି ଡାଟା ଉପଲବ୍ଧ କରାଯାଉଛି ।
ତେବେ ରିଲାଏନ୍ସ ଜିଓ ବି ୫୨ଟଙ୍କାର ପ୍ଲାନ୍ ଲଞ୍ଚ କରିଛି। ଏହାର ବୈଧତା ୭ଦିନ ପର୍ଯ୍ୟନ୍ତ ରହିଛି । ଏହି ଅଫର ଜରିଆରେ ଗ୍ରାହକ ୧.୦୫ଜିବି ୪ଜି ଡାଟା ବ୍ୟବହାର କରି ପାରିବେ । ଅର୍ଥାତ୍ ପ୍ରତିଦିନ ୦.୧୫ଜିବି ହାଇ ସ୍ପିଡ ଡାଟାର ଫାଇଦା ଉଠାଇବେ ଗ୍ରାହକ । ଏହାପରେ ୬୪କେବିପିଏସ୍ ସ୍ପିଡ୍ରେ ଇଣ୍ଟରନେଟ ବ୍ୟବହାର କରି ପାରିବେ । ୫୨ଟଙ୍କା ପ୍ଲାନ୍ରେ ଗ୍ରାହକ ଅସୀମିତ ଭଏସ୍ କଲ, ୭୦ ଏସ୍ଏମ୍ଏସ୍ ସହିତ ଜିଓ ତରଫରୁ ସମସ୍ତ ଆପ୍କୁ ମାଗଣାରେ ବ୍ୟବହାର କରି ପାରିବେ । ସେହିପରି ଭୋଡାଫୋନ୍ ୨୫୫ଟଙ୍କାର ନୂତନ ପ୍ଲାନ୍ ଲଞ୍ଚ କରିଛି । ଏହାର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିଛି । ଏଥିରେ ଗ୍ରାହକ ୨ଜିବି ହାଇସ୍ପିଡ ଡାଟା ବ୍ୟବହାର କରି ପାରିବେ ।