ଏୟାରଷ୍ଟ୍ରାଇକରେ ଲକ୍ଷ୍ୟଭେଦ କରିଥିଲା ୮୦ ପ୍ରତିଶତ ମିଶାଇଲ ! ପ୍ରମାଣ ସ୍ୱରୂପ ସରକାରଙ୍କୁ ୧୨ ପେଜର ରିପୋର୍ଟ ପ୍ରଦାନ କଲା ବାୟୁସେନା

222

କନକ ବ୍ୟୁରୋ : ପାକିସ୍ତାନ ମାଟିରେ ଭାରତୀୟ ବାୟୁସେନାର କରିଥିବା  ଏୟାରଷ୍ଟ୍ରାଇକର ଚର୍ଚ୍ଚା ଥମିବାର ନା ନେଉନି । ୬ ଦିନ ବିତିଯାଇଥିଲେ ମଧ୍ୟ ସାରା ଦେଶ ତଥା ଦେଶ ବାହାରେ ଏୟାରଷ୍ଟ୍ରାଇକକୁ ନେଇ ଚର୍ଚ୍ଚା ଜାରି ରହିଛି ।  କେତେବେଳେ ବିରାଧୀ ଏୟାରଷ୍ଟ୍ରାଇକ ନେଇ ଟାର୍ଗେଟ କରୁଛନ୍ତି ତ କେତେବେଳେ ସରକାର ଆତଙ୍କୀଙ୍କ ସଂଖ୍ୟ ଗଣାଉଛନ୍ତି । ସୂଚନା ଅନୁସାରେ ଆଜି ବାୟୁସେନା ପ୍ରମାଣ ସ୍ୱରୂପ କେନ୍ଦ୍ର ସରକାରଙ୍କୁ ଏ ଏୟାରଷ୍ଟ୍ରାଇକ ସହ ଜଡ଼ିତ ଦସ୍ତାବିଜ ଦାଖଲ କରିଛନ୍ତି । ସମସ୍ତ ପ୍ରମାଣ ସହ କିଛି ଫଟୋ ମଧ୍ୟ ସକରାଙ୍କୁ ପ୍ରଦାନ କରାଯାଇଛି ।

ଭାରତୀୟ ବାୟୁସନୋ କରିଥିବା ଏୟାରଷ୍ଟ୍ରାଇକରେ କିପରି ଆତଙ୍କୀ ଶିବିରକୁ ଟାର୍ଗେଟ କରିଯାଇଥିଲା ଓ ଲକ୍ଷ୍ୟଭେଦ କରିଥିିଲେ ତାହାର ମଧ୍ୟ ପ୍ରମାଣ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ବାୟୁସେନା ସରକାରଙ୍କୁ ୧୨ ପେଜର ରିପୋର୍ଟ ପ୍ରଦାନ କରିଛନ୍ତି । ଏଥିରେ ବାୟୁସେନା ବାଲାକୋର ହାଇରିଜୋଲ୍ୟୁସନ ଫଟୋ ମଧ୍ୟ ପ୍ରଦାନ କରିଯାଇଥିବା ସୂଚନା ମିଳିଛି । ତେବେ ଏହି ରିପୋର୍ଟ ସାର୍ବଜନୀନ ହେବ କି ନାହିଁ ତାହାର ନିଷ୍ପତ୍ତି ନେବେ ମୋଦି ସରକାର ।

ବାୟୁସେନାର ରିପୋର୍ଟ ଅନୁସାରେ ବାଲାକୋଟ ଏୟାରଷ୍ଟ୍ରାଇକରେ ୮୦ ପ୍ରତିଶତ ଲକ୍ଷ୍ୟଭେଦ ହୋଇଛି । ଯେଉଁ ବିସ୍ଫୋରକ ନିକ୍ଷେପ କରାଯାଇଥିଲା, ତାହା ସିଧା ସିଧା ଆତଙ୍କୀ ଶିବିରକୁ ଭିତରକୁ ପ୍ରବେଶ କରିଥିଲା । ଏୟାରଷ୍ଟ୍ରାଇକରେ ବ୍ୟବହାର ହୋଇଥିବା ମିସାଇଲ ସିଧା ଆତଙ୍କୀ ଶିବରର ଛାତକୁ ଲକ୍ଷ୍ୟଭେଦ କରିଥିଲା ଏବଂ ଟାର୍ଗେଟ ଧ୍ୱଂସ କରିଥିଲା । ଭାରତୀୟ ବାୟୁସେନାର ଦାବି କରିଛି ବାଲାକୋଟରେ ଯେଉଁ ସମୟରେ ଏୟାରଷ୍ଟ୍ରାଇକ୍ ହୋଇଥିଲା ସେଠାରେ ଥିବା ୮୦ ଟାର୍ଗେଟ  ଧ୍ୱଂସ ହୋଇଛି ।