ଲକଡାଉନ୍ ପାଇଁ କମିଛି ବାୟୁ ପ୍ରଦୂଷଣ : ଶାନ୍ତିରେ ନିଶ୍ୱାସ ମାରୁଛି ପ୍ରକୃତି, ସୁସ୍ଥ ହେଉଛି ବାତାବରଣ 

1,804
କନକ ବ୍ୟୁରୋ : ଲକଡାଉନ୍ ପାଇଁ କମିଛି ବାୟୁ ପ୍ରଦୂଷଣ । ଶାନ୍ତିରେ ନିଶ୍ୱାସ ମାରୁଛି ପ୍ରକୃତି । ପ୍ରଦୂଷଣର ବୋଝ ତଳେ ଚାପି ରହିଥିବା ଧରଣୀରାଣୀ କୋଳରେ ନିର୍ଭୟରେ ବିଚରଣ କରୁଛନ୍ତି ଜୀବଜନ୍ତୁ । ବାତାବରଣ ସୁସ୍ଥ ରହିଛି । ସାରା ଦେଶରେ ତାଲାବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଏହା ବାୟୁମଣ୍ଡଳ ଓ ଜୀବଜଗତ ଉପରେ ଭଲ ପ୍ରଭାବ ପକାଇଛି ।
ଘରୁ ବାହୁରୁ ନାହାନ୍ତି ଲୋକେ, ଜନଗହଳି ହେଉନି । ରାସ୍ତାରେ ଗାଡ଼ି ଗଡ଼ୁନି କହିଲେ ଚଳେ । ଅତି ଆବଶ୍ୟକ ନହେଲେ ଲୋକେ ଘରୁ ଗୋଡ଼ କାଢ଼ୁନାହାନ୍ତି । ଅଯଥାରେ ଜନଗଳହି ହେଉନି । ଯାନାବହାନ ଓ କଳକାରଖାନାରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ ମିଶୁନି । ଫଳରେ ପ୍ରଦୂଷଣ ଯୋଗୁଁ ଆଉ ଆଖି ଜଳୁନି । ଲୋକମାନେ ଘର ଛାତରେ ଆରାମରେ ଚଳପ୍ରଚଳ କରୁଛନ୍ତି ।
ରିପୋର୍ଟ ଅନୁସାରେ ଲକଡାଉନରେ ପରେ ଦେଶର ବିଭିନ୍ ସହରର ପ୍ରଦୂଷଣ ମାତ୍ରା କମିଛି । ଭାରତର କେବଳ ବଡ଼ ବଡ଼ ସହର ନୁହେଁ, ଛୋଟ ଛୋଟ ସହରରେ ମଧ୍ୟ ପ୍ରଦୂଷଣ ମାତ୍ରା ଖୁବ୍ କମିଯାଇଛି । ମାର୍ଚ୍ଚ ୨୨ରେ ଲକ୍ଷ ଲକ୍ଷ ଲୋକ ଘରେ ଏକପ୍ରକାର ବନ୍ଦ ହୋଇକି ଅଛନ୍ତି । ତେବେ କେବଳ ଭାରତ ନୁହେଁ ଅନ୍ୟାନ୍ୟ ଦେଶରେ ମଧ୍ୟ ବାୟୁ ପ୍ରଦୂଷଣ ମାତ୍ରା କମିଛି ।