କନକ ବ୍ୟୁରୋ : ବାୟୁସେନାର କମାଣ ସମ୍ଭାଳିଲେ ଏୟାର ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ । ନୂଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂ ଭଦୋରିଆ । ଆଜି ଏୟାର ଚିଫ ମାର୍ଶାଲ ବି.ଏସ. ଧନୱାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଏସ୍ ଧନୱା ବାୟୁସେନା ମୁଖ୍ୟ ପଦରୁ ଆଜି ଅବସର ଗ୍ରହଣ କରିଛନ୍ତି । ବାୟୁସେନାର ଜଣେ ଦକ୍ଷ ପାଇଲଟ ହେଉଛନ୍ତି ରାକେଶ କୁମାର ସିଂହ ଭଦୋରିଆ । ସେ ରାଫେଲ ସହ ୨୬ ପ୍ରକାରର ଲଢୁଆ ବିମାନ ଉଡାଇସାରିଛନ୍ତି ।
କେନ୍ଦ୍ର ସରକାର ବାୟୁସେନାର ନୂଆ ମୁଖ୍ୟ ନାମ ଘୋଷଣା କରିଛନ୍ତି । ଭାରତୀୟ ବାୟୁସେନାକୁ ମିଳିଲା ନୂଆ ମୁଖ୍ୟ । ଏୟାର ମାର୍ଶାଲ ରାକେଶ କୁମାର ସିଂହ ଭଦୋରିଆ ବାୟୁସେନାର ମୁଖ୍ୟଭାବେ ଦାୟିତ୍ୱ ନେଇଛନ୍ତି । ରାକେଶ କୁମାର ସିଂ ଭଦୋରିଆ ମେ ୧ରେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।
ରାଫେଲ ଫାଇଟର ଜେଟ୍ ଉଡାଇବାରେ ସେ ହେଉଛନ୍ତି ବାୟୁସେନାର ପ୍ରଥମ ପାଇଲଟ । ୧୯୮୦ ମସିହାରେ ଭଦୋରିଆ ତାଙ୍କର କ୍ୟାାରିଆର ଆରମ୍ଭ କରିଥିଲେ ।୪ ହଜାର ୨ଶହ ୫୦ ଘଂଟା ଯାଏ ଫାଇଟର ବିମାନ ଓ ଟ୍ରାନ୍ସପୋର୍ଟ ଏୟାରକ୍ରାଫଟ ଉଡାଇବାର ସେ ଅଭିଜ୍ଞତା ରଖିଛନ୍ତି । ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ଓ ବାୟୁ ସେବା ମେଡାଲ ମିଳିସାରିଛି । ପୁନେର ନ୍ୟାସନାଲ ଡିଫେସନ୍ସ ଏକାଡେମୀରୁ ତାଲିମ ନେଇଛନ୍ତି ଭଦୋରିଆ । ଏହାଛଡା ବାଂଲାଦେଶର କମାଣ୍ଡ ଓ ଷ୍ଟାଫ କଲେଜରୁ ଡିଫେନ୍ସ ଷ୍ଟଡିଜରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ନିଜର ଚାକିରୀକାଳରେ ଭଦୋରିଆ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି । ସୂଚନାଯୋଗ୍ୟ ଆଜି ବିଧିବଦ୍ଧ ଭାବେ ଦାୟତ୍ୱ ଗ୍ରହଣ କରିତିଲେ ହେଁ ସେପ୍ଟେମ୍ବର ୧୯ରେ ଏହାର ଘୋଷଣା ହୋଇସାରିଥିଲା ।