କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ନେଇ ବଢିଲା ଦ୍ୱନ୍ଦ । ଟ୍ୱିଟ କରି ହଟାଇ ଦେଲା ଆକାଶବାଣୀ । ପ୍ରଥମେ ଅରାହ୍ନ ୪ଟାରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ସୂଚନା ଦିଆଯାଇଥିଲା । କିନ୍ତୁ ଏହାର କିଛି ସମୟରେ ଟ୍ୱିଟ ହଟାଇଦିଆଯାଇଥିଲା । ଧାରା ୩୭୦ ଉଚ୍ଛେଦ ଓ ଜାମ୍ମୁ କାଶ୍ମୀର ପୁର୍ନଗଠନ ଆଇନ ଉପରେ କହିପାରନ୍ତି ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ଜାମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବା ଏବଂ ଏହାକୁ ଭାଂଗି ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରିବା ନେଇ ଦେଶବାସୀଙ୍କୁ ଜଣାଇବେ ବୋଲି ସୂଚନା ମିଳିଛି ।

Advertisment

ଶେଷ ଥର ପାଇଁ ଗତ ମାର୍ଚ୍ଚ ୨୭ ତାରିଖରେ ଦେଶବାସୀଙ୍କୁ ସଂବୋଧନ କରିଥିଲେ ମୋଦି । ସଂସଦରେ ଗତ ମଙ୍ଗଳବାର ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ ପାରିତ ହେବା ପରେ ବୁଧବାର ଏହାକୁ ରାଷ୍ଟ୍ରପତି ମୋହର ମାରି ଆଇନରେ ପରିଣତ କରିଛନ୍ତି । ଏହା ଫଳରେ ବୁଧବାର ଠାରୁ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଛେଦ ହୋଇଛି । ଜାମ୍ମୁକାଶ୍ମୀର ଦୁଇ ଭାଗ ହୋଇ ଜାମ୍ମୁକାଶ୍ମୀର ଓ ଲଦାଖ ନାମର ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଛି । ଏଥର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସଂବୋଧନ କରିବା ଆଗରୁ , ଏହି ସଂବୋଧନ କରିବାକୁ ଯାଉଛନ୍ତି ।