ଚାଲାଣ କାଟିବ ପୋଲିସ୍ : ରାଜଧାନୀରେ ବିନା ହେଲେମେଟରେ ଗାଡ଼ି ଚଳାଇଥିବା ଆନ୍ଦୋଳନକାରୀ ଗଣିବେ ଫାଇନ୍ 

433

କନକ ବ୍ୟୁରୋ : ବିନା ହେଲମେଟରେ ଗାଡ଼ି ଚଳାଉଥିବା ଆନ୍ଦୋଳନକାରୀଙ୍କ ଚାଲାଣ କାଟିବ ପୋଲିସ୍ । ବନ୍ଦ ବେଳେ ରାଜଧାନୀରେ ଆଇନ୍ ଅମାନ୍ୟ କରିଥିବା ଆନ୍ଦୋଳନକାରୀଙ୍କୁ ତ୍ରାହି ମିଳିବନି ।  ସିସିଟିଭି ଓ ଭିଡ଼ିଓ ଫୁଟେଜ୍ ଆଧାରରେ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇନ୍ ସମସ୍ତଙ୍କ ପାଇଁ ସମାନ, ଫୁଟେଜ ଦେଖି ସେମାନଙ୍କ ପାଖକୁ ଚାଲାଣ ପଠାଯିବ । ଆଇନକୁ ହାତକୁ ନେଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଲେ ଟ୍ରାଫିକ୍ ଡିସିପି ସାଗରିକା ନାଥ ।

ଆଜି ଭାରତ ବନ୍ଦ ଥିବାବେଳ ବାଇକ୍ ରାଲିରେ ଯାଇଥିବା ଅନେକ ଆନ୍ଦୋଳନକାରୀ ହେଲମେଟ୍ ପିନ୍ଧିନଥିବାର ଦେଖିବାକୁ ମିଳିଥିଲା । ନୂଆ ମୋଟର ଯାନ ଲାଗୁ ହେବାପରେ ବି ଭାରତ ବନ୍ଦ ଆଳରେ ଆଇନ୍ ଉଲ୍ଲଂଘନ କରିଛନ୍ତି ଆନ୍ଦୋଳନକାରୀ ।  ବନ୍ଦ ବେଳେ ଆଇନ୍ ମାନିନଥିବା ଲୋକଙ୍କୁ ଦଣ୍ଡିତ କରାଯିବ ବୋଲି ସ୍ପଷ୍ଟ କରିଛି ଟ୍ରାଫିକ୍ ଡିସିପି । ଦୁଇ ତିନି ଦିନ ଭିତରେ ନିୟମ ଉଲ୍ଲଘଂନକାରୀଙ୍କୁ ଚିହ୍ନଟ କରାଯିବ । ଆଉ ତା’ପରେ ଚାଲାଣ କଟାଯିବ ।

ସୂଚନାଯୋଗ୍ୟ ମୋଦୀ ସରକାରଙ୍କ ଶ୍ରମିକ ଶ୍ରେଣୀ ବିରୋଧୀ ନୀତିକୁ ବିରୋଧ କରି ଆଜି ସମଗ୍ର ଭାରତର ଟ୍ରେନ୍‌ ୟୁନିୟନ ସବୁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛନ୍ତି । ବନ୍ଦ ପ୍ରଭାବରେ ସମଗ୍ର ଦେଶରେ ଜୀବନଯାତ୍ରା କେତେକାଂଶରେ ପ୍ରଭାବିତ ହୋଇଛି ।