ବନ୍ୟା ଚାଲିଗଲା , ହେଲେ ସରିନି ଦୁଃଖ : ଏବେ ବି ପାଣି ଘେରରେ ଖୋର୍ଦ୍ଧା ଜିଲ୍ଲାର ୨ଟି ପଂଚାୟତ

221

କନକ ବ୍ୟୁରୋ : ବନ୍ୟା  ସରିଗଲା , ହେଲେ ଦୁଃଖ ସରିନି । କାହାର ଘର ଭାଂଗିଯାଇଛି ତ ଆଉ କାହାର ଉଜୁଡିଯାଇଛି କ୍ଷେତ । ଖୋର୍ଦ୍ଧା ଜିଲ୍ଲାରେ ରାଜୁଆ ନଦୀରେ ଆସିଥିବା ବନ୍ୟା ଚାଲିଯାଇଛି ହେଲେ ଏବେବି କ୍ଷତ ସତେଜ ରହିଛି । ଲଗାତର ଦୁଇ ଦୁଇ ଥର ଆସିଥିବା ବନ୍ୟାରେ ସବୁ ଛାରଖାର ହୋଇଯାଇଛି । ବିଲରେ ଏବେ ବି ଆଂଠୁଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଧାନ ଗଛ ପଚି ନଷ୍ଟ ହୋଇଯାଇଛି । ଖୋଦ୍ଧା  ଜିଲ୍ଲାର ୨ଟି ଏବେ ବି ବନ୍ୟା ପାଣି ଘେରରେ ରହିଛି । ଏହି ଦୁଇ ପଂଚାୟତର ଦିହଖଳା, ଦୁର୍ଗାପୁର, ତେନ୍ତୁଳମୁଲି, କୃଷ୍ଣପୁର, ହିରିମୂଳ, ରାଇପୁର, ମଶାଣିଆ, ଲେଖନପୁର, ବାଲିକୁଦ, ଧବଳପୁର, ବଳିପୁର, ଓରମି, ମାନପୁର, ଖମାରସାହିରେ ବନ୍ୟା ପାଣି ଲୋକଙ୍କ ଚିନ୍ତା ବଢାଇଦେଇଛି ।

ସେପଟେ ଦକ୍ଷିଣ ଉତର ପ୍ରଦେଶ ଓ ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଉ ୨୪ ଘଂଟା ଯାଏ ବର୍ଷା ଲାଗିରହିବ । ଆସନ୍ତାକାଲି ଠାରୁ ପାଗରେ ପାଗରେ ପରିବର୍ତନ ଆସିବ । ଏହି ସମୟ ମଧ୍ୟରେ ଉତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବ । ଏହାପରେ ପାଗ ଶୁଖିଲା ରହିବ । ୩ ତାରିଖ ଯାଏ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବୃଷ୍ଟି ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ କଟକରେ ସର୍ବାଧିକ ୮୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।