ଦୁଇ ମାସ ପରେ ବି ଟାୟାର ଲଗା ହାତୀର ପତ୍ତା ପାଉନି ବନବିଭାଗ ! ସେଲିବ୍ରିଟିଙ୍କ ଚିନ୍ତା ହେଲେ ନିଦରେ ଅଧିକାରୀ

52

କନକ ବ୍ୟୁରୋ : ଅଭୟଳରଣ୍ୟରେ ଅସୁରକ୍ଷିତ ହୋଇ ପଡିଛନ୍ତି ଗଜରାଜ । ୭୨ ଦିନପରେ ବି ଆହତ ହାତୀର ଗୋଡରୁ ଟାୟାର ବାହାରି ନାହିଁ । ଗତ ଡିସେମ୍ବର ମାସରେ ଆଠଗଡ ବନାଂଚଳରେ ଏକ ଦନ୍ତା ଗୋଡରେ ଟାୟାର ପଶିଯାଇଥିଲା । ଆଉ ସେବେଠାରୁ ଯନ୍ତ୍ରଣାରେ ଛଟପଟ ହେଉଛି ହାତୀଟି । ଆଉ ମହାନଦୀ ଅତିକ୍ରମ କରି ଚନ୍ଦକା ଅଭୟାରଣ୍ୟରେ ପହଁଚିଛି ।

ହେଲେ ହାତୀ କରିଡର ଭିତରେ ବି ଆହତ ଦନ୍ତାର ଚିକିତ୍ସା କରିବାରେ ସଫଳ ହୋଇ ନାହିିଁ ବନବିଭାଗ । କୌଣସି ବି ମୁହୂର୍ତ୍ତରେ ଯାଇପାରେ ଦନ୍ତାର ଜୀବନ । ଆଉ ଏବେ ବଢି ଯାଇଛି ସେପ୍ଟିସେମିଆ ହେବାର ଆଶଙ୍କା । ଯଦି ଖୁବଶୀଘ୍ର ହାତୀଟିର ଚିକିତ୍ସା କରା ନଯାଏ ତେବେ ପୁରା ଶରୀରରେ ସଂକ୍ରମଣ ହୋଇଯିବ । ପଶୁ ବିଶେଷଜ୍ଞଙ୍କ ସହ ପୂର୍ବତନ ପିସିସିଏଫ ମଧ୍ୟ ଏନେଇ ସନ୍ଦେହ ପ୍ରକାଶ କରିଛନ୍ତି ।

ସବୁଠାରୁ ବଡ କଥା ହେଲା ଏଯାଏଁ ଏକ୍ସପର୍ଟ ଟ୍ରାଙ୍କୁଲାଇଜର ଟିମ ସହ ବି ଯୋଗଯୋଗ କରିନାହିଁ ବନ ବନବିଭାଗ । ଭେଟିନାରୀ କଲେଜର ସର୍ଜିକାଲ ବିଶେଷଜ୍ଞ ଥରୁଟିଏ ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରି ବିଫଳ ହେଲେ । ଆଉ ଏହାପରେ ଚୁପ ବସିଗଲା ବନ ବିଭାଗ । ହାତୀକୁ ଟ୍ରାକ କରାଯାଉଥିବା କହି ସମୟ ଗଡେଇ ଚାଲିଛନ୍ତି ବିଭାଗୀୟ କର୍ମଚାରୀ ।

ଆଉ ଏବେ ଆହତ ହୋଇଥିବା ଏହି ହାତୀର ଗୋଡରୁ ମାଂସ ଖସିବା ଆରମ୍ଭ ହେଲାଣି । ଗତକାଲି ଓଡିଶାରେ ହାତୀ ମାନଙ୍କ ସୁରକ୍ଷା ପାଇଁ ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଟୁିଇଟ କରି ମୁଖ୍ୟନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ହେଲେ ଆହତ ହାତୀର ଚିକିତ୍ସାତ ଦୂରର କଥା ପିସିସିଏଫ ଏ ଦିଗରେ ମୁହଁ ଖୋଳିବାକୁ ନାରାଜ ।