କନକ ବ୍ୟୁରୋ : ବାବ୍ରୀ ମସଜିଦ୍ ଭଙ୍ଗା ମାମଲାରେ ଆସନ୍ତାକାଲି ଆସିପାରେ ଆଉ ଏକ ମୋଡ । ବିଜେପିର ବରିଷ୍ଠ ନେତା ଲାଲକ୍ରୀଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ ସମେତ ଅନ୍ୟ ନେତାଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲିବ କି ନାହିଁ, ଏ ନେଇ ଆସନ୍ତାକାଲି ରାୟ ଶୁଣାଇ ପାରନ୍ତି ସୁପ୍ରିମକୋର୍ଟ ।

Advertisment

ଆଜି ଏହି ମାମଲାରେ ବିଚାର କରି ଆସନ୍ତାକାଲି ପର୍ଯ୍ୟନ୍ତ ରାୟ ସ୍ଥଗିତ ରଖିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏହି ନେତାମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିଥିଲେ ତଳ କୋର୍ଟ । ପୁଣି ଥରେ ମାମଲା ଚାଲୁକରିବା ପଛରେ କିଛି ଷଡଯନ୍ତ୍ର ଅଛି କି ନାହିଁ, ତାହା ମଧ୍ୟ ପରୀକ୍ଷା କରିବେ ସୁପ୍ରିମକୋର୍ଟ । ଗତକାଲି କୋର୍ଟ ବାହାରେ ଅଯୋଧ୍ୟା ରାମ ମନ୍ଦିର ମାମଲାରେ ସାମାଧାନ ପାଇଁ ସୁପ୍ରିମକୋର୍ଟ କହିଥିଲେ ।

ରାମ ମନ୍ଦିର ମାମଲା, ଧର୍ମ ଓ ଆସ୍ଥା ସହିତ ଜଡ଼ିତ ଥିବାରୁ ଉଭୟ ପକ୍ଷରୁ ଆପୋଷ ବୁଝାମଣା ଜରିଆରେ ସମାଧାନ କରାଯାଉ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟ ବିଚାରପତି ମଧ୍ୟସ୍ଥତା କରିବେ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।