କନକ ବ୍ୟୁରୋ : ଆସନ୍ତା ୨୯ରେ ରାଜ୍ୟର ୬ଟି ଲୋକସଭା ପାଇଁ ହେବ ମତଦାନ । ଆଉ ତା’ପୂର୍ବରୁ ପ୍ରାର୍ଥୀଙ୍କ ତଥ୍ୟ ନେଇ ଆସିଲା ଏଡ଼ିଆର ରିପୋର୍ଟ । କେଉଁ ନେତା କେତେ ଧନୀ, କେଉଁ ଦଳରେ କେତେ ବାଗୀ ନେତା ଅଛନ୍ତି ତଥା କୋଟିପତି ନେତାଙ୍କ ତାଲିକା ଅଛନ୍ତି, ସେନେଇ ଆସିଛି ରିପୋର୍ଟ । ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ନବଜ୍ୟୋତି, ରବୀନ୍ଦ୍ର ଓ ବୈଜୟନ୍ତ ପଣ୍ଡା ସବୁଠାରୁ ଧନୀ ପ୍ରାର୍ଥୀ । ରିପୋର୍ଟ ଅନୁସାରେ ନବଜ୍ୟୋତି ପଟ୍ଟନାୟକ ସବୁଠାରୁ ଧନୀ ଲୋକସଭା ପ୍ରାର୍ଥୀ । ରବୀନ୍ଦ୍ର ଜେନା ଦ୍ୱିତୀୟ ଓ ବୈଜୟନ୍ତ ପଣ୍ଡା ତୃତୀୟ ସ୍ଥାନରେ ଅଛନ୍ତି । ନବଜ୍ୟୋତିଙ୍କ ସମ୍ପତ୍ତି ୧୦୪ କୋଟିରୁ ଅଧିକ ଥିବାବେଳେ ରବୀନ୍ଦ୍ରଙ୍କ ୭୨ କୋଟିରୁ ଅଧିକ ଓ ବୈଜୟନ୍ତ ପଣ୍ଡାଙ୍କ ତ୍ତି ୫୭ କୋଟରିୁ ଅଧିକ ।
ଧନୀ ଲୋକସଭା ପ୍ରାର୍ଥୀ
ନେତା ଦଳ ଆସନ ସଂପତ୍ତି
ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ବାଲେଶ୍ୱର ୧୦୪କୋଟି
ରବୀନ୍ଦ୍ର ଜେନା ବିଜେଡି ବାଲେଶ୍ୱର ୭୨ କୋଟି
ବୈଜୟନ୍ତ ପଣ୍ଡା ବିଜେପି କେନ୍ଦ୍ରାପଡ଼ା ୫୭ କୋଟି
ଏଡ଼ିଆର ରିପୋର୍ଟ ଅନୁସାରେ ବିଜେଡ଼ିର ୬ରୁ ୬ ଜଣ ଲୋକସଭା ପ୍ରାର୍ଥୀ କୋଟପତି । କଂଗ୍ରେସର ୪ ଜଣ ଓ ବିଜେପିର ୩ ଜଣ କୋଟିପତି ନେତା । ଅନ୍ୟ ପ୍ରାର୍ଥୀଙ୍କ ତଥ୍ୟ ମିଳିପାରିନାହିଁ । ୫୨ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ପ୍ରାର୍ଥୀ କୋଟିପତି ।
କେଉଁ ଦଳରେ କେତେ କୋଟିପତି?
ଦଳ କୋଟିପତି
ବିଜେଡି ୬ରୁ ୬
କଂଗ୍ରେସ ୫ରୁ ୪
ବିଜେପି ୩ରୁ ୩
କେଉଁ ଦଳରେ କେତେ ଦାଗୀ ନେତା?
୫୨ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୭ଜଣ ଦାଗୀ ନେତା ଅଛନ୍ତି । ଅର୍ଥାତ ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ପ୍ରତିଶତ ଦାଗୀ ନେତା । ଏଡ଼ିଆର ତାଲିକା ଅନୁସାରେ ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ପ୍ରାର୍ଥୀଙ୍କ ନାଁରେ ଜଘନ୍ୟ ଅପରାଧିକ ମାମଲା ରହିଛି ।