କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆସିଲା ଏଡ଼ିଆର ରିପୋର୍ଟ । ରିପୋର୍ଟ ଅନୁସାରେ ବିଧାନସଭାରେ ସବୁଠାରୁ ଅଧିକ ଧନୀ ପ୍ରାର୍ଥୀ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଭଣ୍ଡାରୀପୋଖରୀ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ୁଥିବା ନିରଞ୍ଜନ ପଟ୍ଟନାୟକ ଏହି ତାଲିକାରେ ସର୍ବାଗ୍ରେ ଅଛନ୍ତି । ଜଗତସିଂହପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିରଞ୍ଜିବୀ ବିଶ୍ୱାଳ ଦ୍ୱିତୀୟ ଓ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ତୃତୀୟ ଧନୀ ପ୍ରାର୍ଥୀ ।
ରିପୋର୍ଟରେ ଥିବା ତଥ୍ୟ ଅନୁସାରେ ନିରଞ୍ଜନ ସମ୍ପତ୍ତି ୬୦ କୋଟିରୁ ଅଧିକ ବୋଲି ଜଣାପଡ଼ିଛି । ଅନ୍ୟପଟେ ଚିରଞ୍ଜିବୀ ବିଶ୍ୱାଳଙ୍କ ସମ୍ପତ୍ତି ୩୩ କୋଟିରୁ ଅଧିକ ପ୍ରଣବ ବଳବନ୍ତରାୟଙ୍କ ସମ୍ପତ୍ତି ୧୭ କୋଟିରୁ ଅଧିକ ବୋଲି ଏଡ଼ିଆର ରିପୋର୍ଟରୁ ଜଣାପଡ଼ିଛି । ୩୩୪ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୮୧ ଜଣ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି । ବିଜେଡ଼ିରେ ସର୍ବାଧିକ ୨୭ ଜଣ, କଂଗ୍ରେସର ୨୩ ଜଣ ଓ ବିଜେପିର ୨୦ ଜଣ ପ୍ରାର୍ଥୀ କୋଟିପତି ।
ଏଡ଼ିଆର ରିପୋର୍ଟ ଅନୁସାରେ ବିଜେପିରେ ୪୦ରୁ ୨୪ ଜଣ ଅର୍ଥାତ୍ ୬୦ ପ୍ରତିଶତ ଦାଗୀ ନେତା ଅଛନ୍ତି । କଂଗ୍ରେସରେ ୩୯ ରୁ ୧୨ ଜଣ(୩୧ ପ୍ରତିଶତ) ଓ ବିଜେଡ଼ିରେ ୩୯ରୁ ୧୫ (୩୯ପ୍ରତିଶତ) ଜଣ ଦାଗୀ ନେତା ଅଛନ୍ତି । ଏଡ଼ିଆର ରିପୋର୍ଟ ଅନୁସାରେ ମୋଟ୍ ୩୩୪ ପ୍ରାର୍ଥୀଙ୍କ ମଧ୍ୟରୁ ୭୨ ପ୍ରତିଶତ ଦାଗୀ ନେତା ଅଛନ୍ତି ।
ଧନୀ ବିଧାୟକ ପ୍ରାର୍ଥୀ ତାଲିକା
ନେତା ଦଳ ଆସନ ସଂପତ୍ତି
ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭଣ୍ଡାରୀପୋଖରୀ ୬୦କୋଟି
ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଜଗତସିଂହପୁର ୩୩କୋଟି
ପ୍ରଣବ ବଳବନ୍ତରାୟ ବିଜେଡି ଧର୍ମଶାଳା ୧୭କୋଟି
କେଉଁ ଦଳରେ କେତେ କୋଟିପତି?
ଦଳ କୋଟିପତି
ବିଜେଡି ୨୭
କଂଗ୍ରେସ ୨୩
ବିଜେପି ୨୦
କେଉଁ ଦଳରେ କେତେ ଦାଗୀ ନେତା?
ଦଳ ନେତା ପ୍ରତିଶତ
ବିଜେପି ୪୦ରୁ ୨୪ ୬୦%
କଂଗ୍ରେସ ୩୯ରୁ ୧୨ ୩୧%
ବିଜେଡି ୩୯ରୁ ୧୫ ୩୯%
Follow Us