ଆଦିତ୍ୟ ରୟ କପୁର ଓ କ୍ୟାଟ୍ରିନା କୈଫଙ୍କୁ ନେଇ ଅତୀତରେ ଅନେକ ଚର୍ଚ୍ଚା ହୋଇଛି । କିନ୍ତୁ ଉଭୟଙ୍କ ତରଫରୁ ଏନେଇ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଖବର ଅନୁସାରେ ଏଇ ଦୁଇ ଜଣ ପୁଣି ଥରେ ପାଖାପାଖି ଆସିଛନ୍ତି ଏବଂ ଉଭୟଙ୍କୁ ଏକାଠି ସମୟ ବିତାଉଥିବା ଦେଖାଦେଇଛି । ନିକଟରେ କ୍ୟାଟ୍ରିନା ଆଦିତ୍ୟଙ୍କ ଘରେ ମଧ୍ୟରାତ୍ରୀ ସମୟରେ ନଜର ଆସିଥିଲେ । ଏଥିରୁ ଆପଣ ଜାଣି ପାରୁଥିବେ ଉଭୟଙ୍କ ସଂପର୍କ ।
ଉଭୟଙ୍କୁ ଏକାଠି ଥିବାର ଫଟୋକୁ କ୍ୟାମେରାରେ କଏଦ କରିଛନ୍ତି କିଛି ଫଟୋଗ୍ରାଫର । ଦୁହେଁ କ୍ୟାମେରା ଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ପାରିନଥିଲେ । ଖବର ଅନୁସାରେ ଆଦିତ୍ୟ କ୍ୟାଟ୍ରିନାଙ୍କ ସହ ସମୟ ବିତାଇବା ପାଇଁ ରଣବୀର କପୁରଙ୍କ ନୂଆ ଘରେ ପାର୍ଟିରୁ ଅଧାରୁ ଛାଡି ପଳାଇ ଆସିଥିଲେ । କନ୍ତୁ ଏକଥାକୁ କ୍ୟାଟ୍ରିନା ଅସ୍ୱିକାର କରିଛନ୍ତି । ଏନେଇ କ୍ୟାଟ୍ରିନା ସ୍ପଷ୍ଟ କରିଛନ୍ତି ଯେ ଉଭୟେ କେବଳ ବହୁତ ଭଲ ସାଙ୍ଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/L8.jpg)