ଯୁବ ସମାଜସେବୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ବଢୁଛି ସନ୍ଦେହ । ସାଙ୍ଗସାଥୀ ଓ ପରିବାର ଲୋକଙ୍କୁ ପଚରାଉଚରା କରୁଛନ୍ତି ଜିଆରପି ଏସପି । ଜବତ ହେଲା ଆଦିତ୍ୟଙ୍କ ଡାଏରୀ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

420

କନକ ବ୍ୟୁରୋ : ଯୁବ ସମାଜସେବୀ ସନ୍ଦେହଜନକ ମୃତ୍ୟୁ ନେଇ ବଢୁଛି ସନ୍ଦେହ । ଭୁବନେଶ୍ୱର ଲିଙ୍ଗରାଜ ରେଳଷ୍ଟେସନ ନିକଟ ଘଟଣାସ୍ଥଳରେ ପହଚିଂ ଜିଆରପି ଏସପି ତଦନ୍ତ କରିବା ପରେ ସାଂଗସାଥୀ ଓ ପରିବାର ଲୋକଙ୍କୁ ପଚରାଉଚରା କରିଛିନ୍ତି । ଆଦିତ୍ୟଙ୍କ ଏକ ଡାଏରୀକୁ ଜବତ କରାଯାଇଛି । ଡାଏରୀର ହସ୍ତାକ୍ଷର ମ୍ୟାଚ କରୁଛି କି ନାହିଁ ଅକ୍ଷର ପରୀକ୍ଷା କରାଯିବ । ଏସପି କହିଛନ୍ତି, ଡିପ୍ରେସନରେ ଥିଲେ ଆଦିତ୍ୟ । ଶେଷଥର ପାଇଁ ଷ୍ଟେସନରେ ବସି ରହିଥିବା ଦେଖିବାକୁ ମିଳିଥିଲ। ଘଟଣା ଅତ୍ମହତ୍ୟା ଭଳି ଲାଗୁଛି ।

ପୋଷ୍ଟମର୍ଟମ ରିପୋର୍ଟ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଜିଆରପି ଏସପି କହିଛନ୍ତି । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଖୁସିର ସୁତ୍ର ଖୋଜୁଥିବା ମଣିଷ ଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ତେବେ ସେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରିଦିଆଯିବା ପରେ ରେଳଧାରଣାରେ ପିଙ୍ଗିଦିଆଯାଇଛି ତାହା ସନ୍ଦେହଘେରରେ ଅଛି ।

ଆଦିତ୍ୟ ଘର ବୌଦ୍ଧ ଜିଲ୍ଲାରେ ହୋଇଥିବାବେଳେ ସେ ଭୁବନେଶ୍ୱର ସୁନ୍ଦରପଦାରେ ବୃଦ୍ଧାଶ୍ରମ ଚଳାଉଥିଲେ । ଏହାର ନାମ ଥିଲା ପିପୁଲ ଫର ସେବା । ଆଦିତ୍ୟ ଆଖପାଖ ଅଂଚଳରେ ଜଣେ ସ୍ୱେଚ୍ଛାସେବୀ ଥିଲେ । ଆଦିତ୍ୟଙ୍କ ମୃତ୍ୟୁ ପରେ ବୃଦ୍ଧାଶ୍ରମର ଅନ୍ତେବାସୀ ଗୁମୁରି ଗୁମୁରି କାନ୍ଦୁଛନ୍ତି । ସମସ୍ତେ ଆଦିତ୍ୟଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି । ତାଙ୍କ ମୃତ୍ୟୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ଆଦିତ୍ୟକୁ ଝୁରି ଝୁରି ସକାଳ ଖାଇବା ବି ଫୋଫାଡି ଦେଇଛନ୍ତି ଜଣେ ବୃଦ୍ଧା । କାନ୍ଧିକି ଝୁରି ହେଉଚନ୍ତି ବୃଦ୍ଧା ।