ବଢିଲା ଆହାର କେନ୍ଦ୍ର ଖୋଲା ରହିବା ଅବଧି : ଏବେ ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏ ଖୋଲା ରହିବ ଆହାର କେନ୍ଦ୍ର, ଖାଇବା ବେଳେ ଦେଢ ମିଟର ଦୂରତା ବଜାୟ ରଖିବାକୁ ପରାମର୍ଶ

Advertisment
ବଢିଲା ଆହାର କେନ୍ଦ୍ର ଖୋଲା ରହିବା ଅବଧି : ଏବେ ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏ ଖୋଲା ରହିବ ଆହାର କେନ୍ଦ୍ର, ଖାଇବା ବେଳେ ଦେଢ ମିଟର ଦୂରତା ବଜାୟ ରଖିବାକୁ ପରାମର୍ଶ

କନକ ବ୍ୟୁରୋ : ବଢିଲା ଆହାର କେନ୍ଦ୍ର ଖୋଲା ରହିବା ଅବଧି ।  ୪ ଟା ଯାଏଁ ଆହାର କେନ୍ଦ୍ର ଖୋଲା । ଦିନ ୧୦ ଟାରୁ ଅପରାହ୍ନ ୪ ଯାଏଁ ଖୋଲା ରହିବ ଆହାର କେନ୍ଦ୍ର ।  ଭିଡ ନିୟନ୍ତ୍ରଣ ପାଇଁ ଏହି ପଦୃକ୍ଷେପ ନିଆଯାଇଛି ।  କରୋନା ସଂକ୍ରମଣକୁ ଆଖିରେ ରଖି ଆହାର କେନ୍ଦ୍ରଗୁଡ଼ିକ ସଂପର୍କରେ କେତେକ ନିର୍ଦେଶନାମା ଜାରି କରାଯାଇଛି।

ଲୋକେ ଧାଡ଼ିରେ ଯାଇ ଆହାର ଗ୍ରହଣ କରିବେ। ଧାଡ଼ିରେ ଦୁଇ ଲୋକଙ୍କ ଭିତରେ ଅତିକମରେ ଦେଢ଼ ମିଟରର ଦୂରତା ରହିବା ଆବଶ୍ୟକ ବୋଲି କୁହାଯାଇଛି। ଏହି କାର୍ଯ୍ୟକୁ ତଦାରଖ କରିବା ଲାଗି ଆହାର କେନ୍ଦ୍ରଗୁଡ଼ିକରେ ପୁଲିସ କର୍ମଚାରୀ ବା ହୋମଗାର୍ଡଙ୍କୁ ମୁତୟନ କରାଯିବ ବୋଲି ଏହି ନିର୍ଦେଶନାମାରେ କୁହାଯାଇଛି।

ଲୋକେ ଆହାର କେନ୍ଦ୍ରଗୁଡ଼ିକରେ ପ୍ରବେଶ କରିବା ପୂର୍ବରୁ ହାତ ଧୋଇବା ଲାଗି ସେମାନଙ୍କ ଲାଗି ସାବୁନ୍ ବା ହ୍ୟାଣ୍ଡ ୱାସର ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ଠିକ୍ ସେହିପରି ଲୋକଙ୍କୁ ଆହାର କେନ୍ଦ୍ର ବାହାରେ ଖାଇବାକୁ ଉତ୍ସାହିତ କରାଯିବ। ଖାଲି ସେତିକି ନୁହେଁ, ବାହାରେ ଡଷ୍ଟବିନ୍ ରଖାଯିବାକୁ ବି କୁହାଯାଇଛି। ଅପରପକ୍ଷରେ, ଲୋକଙ୍କୁ କୁପନ ଲାଗି ବାକ୍ସରେ ଟଙ୍କା ପକାଇବାକୁ କୁହାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe