ବିଗବସରେ ବଲିଉଡ଼୍ ଅଭିନେତ୍ରୀ ତନୁଶ୍ରୀଙ୍କୁ ପୁରାଇ ନଦେବାକୁ ଧମକ ଦେଲା ଏମଏନଏସ୍ : କହିଲେ ତନୁଶ୍ରୀଙ୍କୁ ଏଂଟ୍ରି କରାଇଲେ ଭାଙ୍ଗିଦେବୁ ସେଟ

46

ତନୁଶ୍ରୀ ଓ ନାନା ପାଟେକର ବିବାଦ ଭିତରେ ବିଗବସ୍ ସୋକୁ ବଡ ଧମକ ଦେଇଛି ମହାରାଷ୍ଟ୍ର ନବନିର୍ମାଣ ସେନା । ଏମଏନଏସ ପକ୍ଷରୁ ଧମକ ଦେଇ କୁହାଯାଇଛି ତନୁଶ୍ରୀ ବିଗବସରେ ଏଂଟ୍ରି କଲେ ଶୋକୁ ଚାଲିବାକୁ ଦିଆଯିବ ନାହିଁ । ବିଗବସ୍ ସେଟ୍କୁ ଭାଙ୍ଗି ଦିଆଯିବ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା ଧମକ ଦେଇଛି । ରାଜ ଥାକରେଙ୍କ ଦଳ ହେଉଛି ଏମଏନଏସ । ଦଳର ନେତା ଅମୟ ଖୋପକର କହିଛନ୍ତି, ଯଦି ପବ୍ଲିସିଟି ଲାଗି ତନୁଶ୍ରୀ ଏସବୁ କରୁଛନ୍ତି ତେବେ ଶୋକୁ ଚଲାଇବାକୁ ଦିଆଯିବ ନାହିଁ । ବିଗ ବସରେ ଏହି ଅଭିନେତ୍ରୀଙ୍କୁ ଏଂଟ୍ରି ନ ଦେବାକୁ ବି ଦଳ ଅନୁରୋଧ କରିଛି । ଏମଏନଏସ ବିରୋଧରେ ତନୁଶ୍ରୀ ଆଣିଥିବା ଅଭିଯୋଗକୁ ବି ଖଣ୍ଡନ କରିଛନ୍ତି । ତନୁଶ୍ରୀ କହିଥିଲେ, ୨୦୦୮ରେ ଏମଏନଏସ କର୍ମୀମାନେ ତାଙ୍କ କାରକୁ ଭଙ୍ଗାରୁଜା କରିଥିଲେ । ତେବେ ତନୁଶ୍ରୀ ବିଗବସରେ ଏଂଟ୍ରି ମାରୁଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ମୁମ୍ବାଇରେ ତନୁଶ୍ରୀଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।

ସେପଟେ ନାନାପାଟକରଙ୍କୁ ନେଇ ତନୁଶ୍ରୀ ଦତାଙ୍କ ବୟାନକୁ ନେଇ ବଲିଉଡରେ ଉଠିଛି ଝଡ । ଅଭିଯୋଗକୁ ଖଣ୍ଡନ କରିବା ସହ ତନୁଶ୍ରୀଙ୍କୁ ଲିଗାଲ ନୋଟିସ ଦେଇଛନ୍ତି ନାନା ପାଟକେର । ଅନ୍ୟପଟେ ଲିଗାଲ ନୋଟିସ ନେଇ ପରେ ପ୍ରତିକ୍ରିୟା ରଖିଛନ୍ତି ତନୁଶ୍ରୀ । କହିଛନ୍ତି ହାରସମେଂଟ, ହ୍ୟୁମିଲିଏସନ ଓ ଅନ୍ୟାୟ ବିରୋଧରେ ସୋର ଉଠାଇବାରୁ ତାଙ୍କୁ ମୂଲ୍ୟ ଦେବାକୁ ପଡିଛି । ଏଇ କିଛି ଦିନ ହେବ ତାଙ୍କ ବୟାନକୁ ନେଇ ଚାଡିଆଡେ ଚହଳ ସୃଷ୍ଟି ହୋଇଥିବାବେଳେ ସାମ୍ନାକୁ ଆସିଛି ତାଙ୍କର ଆଉ ଏକ ବୟାନ । ସେ କହିଛନ୍ତି ତାଙ୍କୁ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଧମକ ଦିଆଯାଉଛି । ଦୀର୍ଘ ୧୦ ବର୍ଷ ଧରି ଚୁପ୍ ରହିଥିବା ତନୁଶ୍ରୀ ନିକଟରେ ନାନା ପାଟକରଙ୍କ ଉପରେ ଆଣିଥିଲେ ଯୌନ ଶୋଷଣ ଭଳି ଆରୋପ । ଏହା ପରେ ବିବାଦ ବଢିଥିଲା ।

ଏହା ଭିତରେ ସାମନାକୁ ଆସିଛି ଦଶ ବର୍ଷ ତଳେ ଫିଲ୍ମ ସୁଟିଂବେଳେ ସେହି ଅସଦାଚାରଣ ଅଭିଯୋଗ ପରେ କଣ ଘଟିଥିଲା । ୨୦୦୮ ମସିହାରେ ଫିଲ୍ମ ଓକେ ହର୍ଣ୍ଣ ପ୍ଲିଜ୍ ସୁଟିଂ ସମୟରେ ନାନାଙ୍କ ସହ ଏକ ଅନ୍ତରଙ୍ଗ ସିନ୍ କରିବାକୁ ବିରୋଧ କରି ସୁଟିଂ ସେଟ୍ ଛାଡି ବାହାରକୁ ଚାଲିଆସିଥିଲେ ତନୁଶ୍ରୀ । ଏବଂ ନିଜ କାର ଭିତରେ ବସିଯାଇଥିଲେ । ତେବେ କାରକୁ ଚାରିପଟୁ ଶତାଧିକ ଲୋକ ଘେରି ଯାଇଥିଲେ । ଏବଂ ତାଙ୍କ କାର ଉପରେ ଆକ୍ରମଣ କରିଦେଇଥିଲେ । ସେମାନେ ନାନା ପାଟେକରଙ୍କ ସମର୍ଥକ ଓ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀ ବୋଲି ଅଭିଯୋଗ କରିଛନ୍ତି ତନୁଶ୍ରୀ ।