ରାଜା ଆଚାର୍ଯ୍ୟଙ୍କୁ ନେଇ ମୁମ୍ବାଇରୁ ଭିଡିଓ ପଠାଇଲେ ଲେସଲି ! କହିଲେ, ନିଜେ ବଂଚି ଅନ୍ୟକୁ ବଂଚିବାକୁ ସୁଯୋଗ ଦିଅ

20

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ମାମଲାରେ ମୁମ୍ବାଇରୁ ଭିଡିଓ ପଠାଇଲେ ଲେସଲି ତ୍ରିପାଠୀ । କହିଲେ, ଅତୀତରେ ରାଜାଙ୍କ ଦ୍ୱାରା ହଇରାଣ ହୋଇଥିବା ବ୍ୟକ୍ତିମାନେ ଆଗକୁ ଆଉ ହଇରାଣ ହେବେ ନାହିଁ ବୋଲି ସେ ଆଶା କରୁଛନ୍ତି । ଏପରିକି ଏହି ଭିଡିଓ ମାଧ୍ୟମରେ ସେ ବଂଚ ଓ ବଂଚିବାକୁ ଦିଅ ବୋଲି ଅପିଲ କରିଛନ୍ତି ।

ରାଜା ଆଚାର୍ଯ୍ୟଙ୍କ ବିରୋଧରେ ଥିବା କେତେକ ମାମଲାରେ ତାଙ୍କୁ ଜାମିନ ମିଳିଥିବାରୁ ଏଭଳି ସନ୍ଦେହ ପ୍ରକାଶ କରିଛନ୍ତି ଲେସଲି । ବିରଂଚି ଦାସ ହତ୍ୟା ମାମଲାରେ ସାକ୍ଷୀମାନଙ୍କୁ ଆଗକୁ ଆଉ ରାଜା ହଇରାଣ କରିବେ ନାହିଁ ବୋଲି ସେ ଅପିଲ କରିଛନ୍ତି । ବିରଂଚି ହତ୍ୟାକାଣ୍ଡ ସମୟରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ତାଙ୍କୁ ହଇରାଣ କରୁଥିଲେ ବୋଲି ଅଭିଯୋଗ କରିଥିଲେ ଲେସଲି ।