ବର୍ଷା ଭିଜା ଦୀପାବଳିରେ ବି ଅଘଟଣ ! ଭଦ୍ରକରେ ଜଣକର ଆଖି ନଷ୍ଟ, ଜଣକର ଛିଡିଲା ପାପୁଲି

37

କନକ ବ୍ୟୁରୋ : ବାଣ ଫୁଟାଇବା ବେଳେ ଅଘଟଣ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଷେଣ୍ଢିତିରା ଗାଁରୁ । ବାଣ ଫୁଟାଉଥିବା ବେଳେ ଜଣେ ଯୁବକଙ୍କ ଆଖି ନଷ୍ଟ ହୋଇଛି । ସେହିପରି ତିହିଡି ଥାନା ଅନ୍ତର୍ଗତ ତାଳପଦା ଗାଁରେ ବାଣ ଫୁଟାଇବା ସମୟରେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଯାଇଛି । ଅନ୍ୟପଟେ ଗ୍ରାମାଂଚଳ ଥାନା ଅଂଚଳରେ ତାଳପଦା ଗାଁରେ ଜଣେ ଯୁବକ ଓ ସୁଦର୍ଶନପୁରରେ ଜଣେ ବାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି

ସେହିପରି ରାୟଗଡା ରାଣୀଗୁଡା ଫାର୍ମରେ ବାଣ ବିସ୍ଫୋରଣ । ବିସ୍ଫୋରଣରେ ସନ୍ତୋଷ ବେହେରା ନାମକ ଜଣେ ଯୁବକଙ୍କର ହାତର ୨ ପାପୁଲି ଛିଡିଯାଇଛି । ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ବାଲେଶ୍ୱର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିଛି । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଚାରିି ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୧କୁ ଛୁଇଁଛି । ଗୁରୁତର ୪ ଜଣଙ୍କ ଚିକିତ୍ସା ଏସସିବିରେ ଚାଲିଛି । ଗତକାଲି ବିସ୍ଫୋରଣ ଘଟି ୭ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍ସିବିରେ ଭର୍ତି କରଯାଇଥିଲା ।