ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର,୫ ଓଡିଆ ଯାତ୍ରୀଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର,୫ ଓଡିଆ ଯାତ୍ରୀଙ୍କ ମୃତ୍ୟୁ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କୋଟପାଲି ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ଓଡ଼ିଆ ପ୍ରାଣ ହରାଇଛନ୍ତି । ମୃତକମାନେ ସମସ୍ତେ ବ୍ରହ୍ମପୁରର ହୋଇଥିବା ଜଣାପଡିଛି ।  ଆଜି ସକାଳେ ୭ଟା ବେଳେ କାର ଭାରସାମ୍ୟ ହରାଇ କୋଟପାଲି ଗାଁ ନିକଟରେ ବ୍ରିଜ ତଳକୁ ଖସିପଡିଥିଲା ।

publive-image

ଫଳରେ କାରରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ଗୁରୁତର ଅଛନ୍ତି ।  ଗୁରୁତରଙ୍କୁ ପଲସା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି । ଏମାନେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ଗତକାଲି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ୬ଜଣ ବ୍ୟକ୍ତି କାର୍ ଯୋଗେ ସୀମାଞ୍ଚଳମ୍ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe