କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କୋଟପାଲି ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ଓଡ଼ିଆ ପ୍ରାଣ ହରାଇଛନ୍ତି । ମୃତକମାନେ ସମସ୍ତେ ବ୍ରହ୍ମପୁରର ହୋଇଥିବା ଜଣାପଡିଛି । ଆଜି ସକାଳେ ୭ଟା ବେଳେ କାର ଭାରସାମ୍ୟ ହରାଇ କୋଟପାଲି ଗାଁ ନିକଟରେ ବ୍ରିଜ ତଳକୁ ଖସିପଡିଥିଲା ।
ଫଳରେ କାରରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ପଲସା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି । ଏମାନେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ଗତକାଲି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ୬ଜଣ ବ୍ୟକ୍ତି କାର୍ ଯୋଗେ ସୀମାଞ୍ଚଳମ୍ ଯାଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/ANDHRA.jpg)
/kanak/media/post_attachments/wp-content/uploads/2020/01/8-1-300x184.jpeg)