ଦେବଗଡ଼ ଜିଲ୍ଲା ଖୁଲୁଣ୍ଡିପାଣି ନିକଟରେ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା : ୧୫ ଆହତ ,୪ ଗୁରୁତର

698

କନକ ବ୍ୟୁରୋ : ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଳକ ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଏକ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାର ଖବର ମିଳିଛି । ଏଥିରେ ୧୫ଜଣ ବସ୍ ଯାତ୍ରୀ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଥିବା ଜଣାଯାଇଛି । ଆହତ ଯାତ୍ରୀମାନଙ୍କୁ ବଣାଇ, ଦେବଗଡ଼ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଆଜି ସକାଳେ ‘ସାରଳା’ ନାମକ ଏକ ଯାତ୍ରୀବାହୀ ବସ୍ ରାଉରକେଲାରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଅପରପକ୍ଷରେଏକ ମାଲବାହୀ ଟ୍ରକ୍ ଦେବଗଡ଼ ଜିଲ୍ଲା ବାରକୋଟରୁ ରାଉରକେଲା ଅଭିମୁଖେ ଯାଉଥିଲା। ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଯାତ୍ରୀବାହୀ ବସ୍ ‘ସାରଳା’ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର୍ ଆହତ ହୋଇଥିବା ଜଣାଯାଇଛି । ଟ୍ରକ ଡାଇଭରଙ୍କର ନାମ ବିଜୟ ବାହାଦୁର୍ ବୋଲି ସୂଚନା ମିଳିଛି । ଠିକ୍ ସେହିପରି, ଟ୍ରକର ହେଲପର୍ ଭୁବନ ସିଂହ ଗୁରୁତର ଥିବା କୁହାଯାଉଛି ।

ଏଥିରେ ୧୫ଜଣ ବସଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଆହତ ଯାତ୍ରୀମାନଙ୍କୁ ବଣାଇଁ, ଦେବଗଡ଼ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାରକୋଟ ଡାକ୍ତରଖାନାରେ ଭର୍ତ୍ତି ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ବସଯାତ୍ରୀମାନଙ୍କ ମଧ୍ୟରେ ଦମୟନ୍ତୀ ବିଶ୍ବାଳ, ସୀମା ପ୍ରଧାନ ଓ ରାଜେଶ୍ୱରୀ ଗିରି ପ୍ରମୁଖ ଅଛନ୍ତି। ଏମାନେ ବଣାଇଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବାରକୋଟ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।