ଝିଅ ଆରାଧ୍ୟା ପାଇଁ ଜୁନିୟର ବଚ୍ଚନ ଓ ଐଶଙ୍କ ମଧ୍ୟରେ ଝଗଡା ! କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

18

ପୁଣି ଥରେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଝଗଡା ହୋଇଛି ବୋଲି ସୂଚନା ମିଳିଛି । ଏହି ଝଗଡା ପଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେମାନଙ୍କ ଝଗଡାର କାରଣ ଆଉ କେହି ନୁହଁ ସେ ହେଲେ ଝିଅ ଆରାଧ୍ୟା । ପ୍ରକୃତକଥା ହେଲା ଅଭିଷେକ ଚାହାନ୍ତି ଆରାଧ୍ୟା ଶିଶୁ କଳାକାର ରୂପରେ ଅଭିନୟ ଆରମ୍ଭ କରୁ, ଯାହାଦ୍ୱାରା ବଡ ହେବା ପରେ ଅଭିନୟରେ ସେ ଅଭିଜ୍ଞ ହୋଇ ଯାଇଥିବେ । ଅଭିଷେକଙ୍କ ସ୍ୱପ୍ନ ଝିଅ ଆରାଧ୍ୟା ବଡ ହୋଇ ଜଣେ ସଫଳ ନାୟିକା ରୂପେ ନାଁ କରୁ ।

କିନ୍ତୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଇଚ୍ଛା ଅଲଗା । ଐଶ୍ୱର୍ଯ୍ୟା ଚାହାନ୍ତି ଝିଅ ଆରାଧ୍ୟା କ୍ୟାମେରା ଓ ଲାଇମଲାଇଟରୁ ଦୂରେଇ ରହୁ । ସେ ଚାହାନ୍ତନି ଆରାଧ୍ୟା ଉପରେ ଏବେଠାରୁ କୌଣସି ପ୍ରକାରର ଚାପ ପଡୁ । କିନ୍ତୁ ଜୁନିୟର ବଚ୍ଚନ ଅଭିଷେକ ଐଶଙ୍କ କଥା ଶୁଣିବା ପାଇଁ ନାରାଜ । ଏବେ ଏକଥାରେ କେତେ ସତ୍ୟତା ଅଛି ତାହା ଜଣା ନାହିଁ । କିନ୍ତୁ ଏକଥା ଯଦି ସତ ହୁଏ ତେବେ ଆଗକୁ ଉଭୟଙ୍କ ମଧ୍ୟରେ ଝଗଡା ଅଧିକ ବଢିପାରେ ବୋଲି ସୂଚନା ମଳିଛି ।