କନକ ବ୍ୟୁରୋ : ଶ୍ରୀମନ୍ଦିର ଲାଗିଥିବା ଅବଢ଼ା ଦର ତାଲିକାକୁ ହଟାଇ ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅବଢା ଦର ତାଲିକା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମୋଦନରେ ଏହି ରେଟ ଚାର୍ଟ ଲାଗିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଏପରିକି ଏନେଇ ସେ ଜାଣିନଥିବା କହିଛନ୍ତି । ଏବେ ଲଗାଯାଇଥିବା ଅବଢା ଦର ତାଲିକାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଏ ଏପରି ତାଲିକା ମାରିଛନ୍ତି ତାହା ସେ ଜାଣି ନାହାନ୍ତି କିମ୍ବା ଏହି ଅବଢ଼ା ଦର ତାଲିକାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ କରି ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଆଜି ସକାଳେ କେହି ଆନନ୍ଦବଜାରରେ ଅବଢ଼ାର ମୂଲ୍ୟ ଲେଖାଥିବାଏକ ତାଲିକା ମାରିଥିଲେ। ପରିଚାଳନା କମିଟିର ଦର ଧାର୍ଯ୍ୟ ପରେ ନୂଆ ଦର ତାଲିକା ଲାଗିବ ବୋଲି ସେ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଓ ଆନନ୍ଦବଜାର ଶୃଙ୍ଖଳା କମିଟିର ନିଷ୍ପତ୍ତି ଅନୁସାରେ ଏହି ତାଲିକା ଲଗାଯାଇଥିଲା ।
ସୂଚନାଯୋଗ୍ୟ ଆନନ୍ଦବଜାରରେ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ବିକ୍ରିବେଳେ ସେବାୟତମାନେ ମନଇଛା ଟଙ୍କା ନେଉଥିବା ଅଭିଯୋଗ ହେଉଥିଲା । ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଆନନ୍ଦବଜାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଉ ଠକାମୀର ଶିକାର ହେବେ ନାହିଁ ବୋଲି ଏପରି ପଦକ୍ଷେପ ନିଆଯାଇଥିଲା । କାରଣ ବିଭିନ୍ନ ସମୟରେ ଭକ୍ତମାନେ ଏନେଇ ଅଭିଯୋଗ କରିଆସୁଥିଲେ । ଦର ତାଲିକା ଲାଗିବା ପରେ ଭକ୍ତମାନେ ମହାପ୍ରସାଦ କିଣି ଉପଯୁକ୍ତ ମୂଲ୍ୟ ଦେବେ ବୋଲି ନିଷ୍ପତ୍ତି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Hatela-Abadha-Dara.jpg)
/kanak/media/post_attachments/wp-content/uploads/2018/09/abadha-650x430-300x198.jpg)