ଅଯୋଧ୍ୟାରେ ନୂଆ ସକାଳ : ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ଥିତି ସ୍ୱାଭାବିକ, ସରଜୁ ତଟରୁ ଆସିଲା ପ୍ରାର୍ଥନାର ପ୍ରଥମ ଚିତ୍ର

791

କନକ ବ୍ୟୁରୋ : ସୁପ୍ରିମକୋର୍ଟରୁ ଅଯୋଧ୍ୟା ରାୟ ଆସିବା ପରେ ଚାରି ଆଡେ ଦେଖିବାକୁ ମିଳିଥିଲା ଉତ୍ସବର ପରିବେଶ । ତେବେ ଏହା ମଧ୍ୟରେ ପ୍ରାୟ ୨୪ ଘଂଟା ବିତିଲାଣି । ଏ ହେଉଛି ଆଜି ଅଯୋଧ୍ୟା ସହରର ଚିତ୍ର । ଚାରି ଆଡେ ପରିବେଶ ପୁରା ସାମାନ୍ୟ ରହିଛି । ସେଭଳି କୌଣସି ବି ଅସ୍ୱସ୍ତିକର ସ୍ଥିତି ବା ସମାନ୍ୟ ଅଶାନ୍ତି ଦେଖିବାକୁ ମିଳିନି । ପୂର୍ବ ପରି ସମାନ ଢଙ୍ଗରେ ସୁରକ୍ଷାରେ ମୁତୟନ ଅଛନ୍ତି ସୁରକ୍ଷାକର୍ମୀ । ବିଭିନ୍ନ ଛକ ମାନକରେ ଲାଗିଛି ଚେକପୋଷ୍ଟ ।

ସହର ଭିତରକୁ ଓ ସହର ବାହାରକୁ ଯା ଆସ କରୁଥିବା ପ୍ରତିଟି ଗାଡି ମୋଟର ଉପରେ ରଖାଯାଇଛି ତୀକ୍ଷ୍ଣ ନଜର । କହିବାକୁ ଗଲେ ସୁପ୍ରିମକୋର୍ଟ ରାୟ ଆସିବା ପରେ ଏକ ନୂଆ ସକାଳ ଦେଖିବାକୁ ମିଳିଛି ଅଯୋଧ୍ୟାରେ । ସବୁଠି ଦେଖିବାକୁ ମିଳିଛି ଆଶ୍ୱସ୍ତି । ସବୁଠି ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଖୁସି ଦେଖିବାକୁ ମିଳିଛି । ରାମ ମନ୍ଦିର ସହିତ ମସଜିଦ୍ ନିର୍ମାଣ ପାଇଁ ଐତିହାସିକ ନିଷ୍ପତିକୁ ସମସ୍ତେ ବିନା କୌଣସି ଦ୍ୱିଧାରେ ଗ୍ରହଣ କରିଥିବା ଦେଖିବାକୁ ମିଳିଚି ।

ସୁପ୍ରିମକୋର୍ଟରୁ ଆସିଲା ଅଯୋଧ୍ୟା ରାୟ । ଏହି ଐତିହାସିକ ରାୟ ଆସିବା ପରେ ସବୁଠି ଦେଖିବାକୁ ମିଳିଥିଲା ଉତ୍ସବ । ଆଜି ଅଯୋଧ୍ୟା ସହର ଉପକଣ୍ଠ ସରଜୁ ନଦୀ ତଟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ପବିତ୍ର ନଦୀରେ ବୁଡ ପକାଇ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚନା କରୁଥିବା ଦେଖିବାକୁ ମିଳିଛି । ପୁରୁଷ ମହିଳାଙ୍କ ସମେତ ଅନେକ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି । ଅଯୋଧ୍ୟାରେ ସ୍ଥିତି ସ୍ୱାଭାବିକ ରହିଛି ।  ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ।