କନକ ବ୍ୟୁରୋ : ଆସନ୍ତାକାଲି ଆସିବ ଦିଲ୍ଲୀ ରେଜଲ୍ଟ । ଏଥର କିଏ ଜିତିବ ଦିଲ୍ଲୀ ବିଧାସନଭା । କିଏ ଗଢିବ ସରକାର । ଏହାକୁ ନେଇ ଆକଳନ ଜୋରଧରି ଥିବା ବେଳେ ଆମ ଆଦମି ପାର୍ଟିକୁ ଘାରିଲାଣି ଇଭିଏମ୍ ଡର । ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ବୁଥ୍ ବାହୁଡା ମତ ରହିଛି ଆମ ଆଦମି ପାର୍ଟି ସପକ୍ଷରେ । ହେଲେ ବିଜେପି କିନ୍ତୁ କିଛି ଅଲଗା କହୁଛି । ଦିଲ୍ଲୀରେ ବିଜେପିର ଚେହେରା ବନିଥିବା ମନୋଜ ତିୱାରୀଙ୍କ ଦାବି ଏକଜିଟ୍ ପୋଲ୍ ରିପୋର୍ଟ ଭୁଲ୍ ହୋଇଯିବ । ବିଜେପି ଦିଲ୍ଲୀରେ ଦଖଲ କରିବ ୪୮ ଆସନ ।
ଏକଜିଟ୍ ପୋଲ୍ ନୁହଁ ବିଜେପିର ଦାବି ଆସନ୍ତା ୧୧ ତାରିଖର ଏକଜାଟ୍ ପୋଲ୍ ରିପୋର୍ଟକୁ ଅପେକ୍ଷା କରନ୍ତୁ ସମସ୍ତେ । ବିଜେପିର ଏପରି ଦମ୍ଭୋକ୍ତି ପରେ ଆମ ଆଦମି ପାର୍ଟି ଭିତରେ ଖେଳି ଗଲାଣି ଅଜଣା ଭୟ । ଆମ ଆଦମି ପାର୍ଟି ନିର୍ବାଚନରେ ବିଜୟ ନେଇ ଆଗୁଆ ଉତ୍ସବ ମନେଇବାକୁ ବି ପଛଘୁଂଚା ଦେଲେଣି । ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ନିଦ ହଜେଇ ଦେଇଛି ଏହି ଇଭିଏମ୍ ଆଶଙ୍କା । ତେଣୁ ଆପ୍ ର ନଜର ଏବେ ଷ୍ଟ୍ରଙ୍ଗ ରୁମ୍ ଉପରେ । ସେପଟେ ଇଭିଏମକୁ ନେଇ କୌଣସି ପ୍ରକାର ଆଶଙ୍କା ଅମୂଳକ ବୋଲି କହିଛନ୍ତି ଦିଲ୍ଲୀ ନିର୍ବାଚନ କମିଶନର । ହେଲେ ଆପ୍ କୁ କିନ୍ତୁ ଭୟ ଛାଡୁନି ।