କନକ ବ୍ୟୁରୋ : ବଲିଉଡ୍ ସେଲିବ୍ରିଟିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ ନେଇ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ନିର୍ମାତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବାକୁ ମୋଦି ସେଲିବ୍ରିଟିଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଆହ୍ୱାନ ଦେଇଛନ୍ତି ।
/kanak/media/post_attachments/wp-content/uploads/2019/10/2-2-300x225.jpg)
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଥିବା ଅଭିନେତା ଶାହରୁଖ ଖାନ, ଆମିର ଖାନ, କଙ୍ଗନା ରଣାୱତ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ, ଜ୍ୟାକି ଶ୍ରଫ୍, ଗାୟକ ସୋନୁ ନିଗମ, ହରିହରନ, ମୋଦିଙ୍କ ସହ ବଲିଉଡର ବିଭିନ୍ନ ସମସ୍ୟା ନେଇ ମଧ୍ୟ ଆଲୋଚନା କରିିଥିଲେ । ଏଥି ସହ ମୋଦିଙ୍କ ଆଗରେ ଅନେକ ପ୍ରସ୍ତାବ ରଖିଥିଲେ ।
ସେପଟେ ଫିଲ୍ମ ଷ୍ଟାରଙ୍କ ସହ ଆଲୋଚନା ପରେ ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଆବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ଏକ ଭିନ୍ନ ଧରଣର ଅନୁଭୂତି ଦେଇଛି ବୋଲି ଅନେକ ଷ୍ଟାର ମତ ରଖିଛନ୍ତି ।