୧୮ବର୍ଷ ପୂର୍ବରୁ ନବାଜଙ୍କ ସହ କାମ କରିସାରିଥିଲେ ଆମୀର ଖାନ୍ ! ସାକ୍ଷାତାକରରେ କିଛି ଜଣା ଅଜଣା ରହସ୍ୟ ଉପରୁ ଉଠାଇଲେ ପରଦା

42

ଆମୀର ଖାନ ବଲିଉଡ ଜଗତର ଏଭଳି ଜଣେ କଳାକାର ଅଟନ୍ତି, ତାଙ୍କ ଚଳଚ୍ଚିତ୍ରକୁ ଦର୍ଶକମାନେ ଉତ୍ସାହର ସହ ଚାହିଁ ରହିଥା’ନ୍ତି । ଦୀର୍ଘଦିନ ଧରି ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି ବଲିଉଡ଼ ମିଷ୍ଟର ପରଫେକ୍ସନିଷ୍ଟ୍ ଆମିର୍ ଖାନ । ବଲିଉଡ ସିନେମା ‘ଦଙ୍ଗଲ’ର ସଫଳତା ପରେ ‘ସିକ୍ରେଟ ସୁପରଷ୍ଟାର’ରେ ନଜର ଆସିଛନ୍ତି ଆମିର ଖାନ । ତାଙ୍କ ପରବର୍ତ୍ତୀ ସିନେମା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ ଆସନ୍ତା ବର୍ଷ ରିଲିଜ ହେବ । ଏହି ସିନେମାକୁ ଦର୍ଶକ ଆଗ୍ରହର ସହ ଅପେକ୍ଷା କରିଛନ୍ତି । କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ କିଛି ଖୁଲାସା କରିଥିଲେ ଅଭିନେତା ଆମିର ଖାନ୍ ।

ଆମୀର ଓ ସଲମାନ ଦୁଇଜଣ ବଲିଉଡ ଜଗତର ସୁପରଷ୍ଟାର । କିଛି ବର୍ଷ ପର୍ଯ୍ୟନ୍ତ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁ ଥିଲେ । ଆମିର କହିଛନ୍ତି, ସେ ଓ ସଲମାନ୍ ଗୋଟିଏ ବିଦ୍ୟାଳୟରେ ପଢୁଥିଲେ । ମାତ୍ର ୧୯୮୯ରେ ଉଭୟଙ୍କର ସାକ୍ଷାତ ହୋଇଥିଲା । ନିର୍ଦ୍ଦେଶକ ଆଦିତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଘରେ ହୋଇଥିଲା ପ୍ରଥମ ଥର ପାଇଁ ସଲମାନଙ୍କୁ ସାକ୍ଷାତ କରିଥିଲେ । ଆମୀର କହିଛନ୍ତି, ମୁଁ ଏବଂ ସଲମାନ ଗୋଟିଏ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲୁ, ମାତ୍ର ସେ ସମୟରେ ଆମେ ଦୁହେଁ ଦୁହିଁଙ୍କୁ ଜାଣି ନଥିଲୁ । ମୁଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ପାରୋନିୟା’ ବିଷୟରେ କଥା ହେବା ଉଦ୍ଦେଶ୍ୟରେ ନିର୍ଦ୍ଦେଶକଙ୍କ ଘରକୁ ଯାଇଥିଲି ଆଉ ସେଠାରେ ହିଁ ଦବଙ୍ଗ ଖାନଙ୍କ ସହ ସାକ୍ଷାତ ହେଲା । ଦେଖାପରେ ଉଭୟେ ବାଲକୋନିରେ ଛିଡା ହୋଇ କଥା ମଧ୍ୟ ହୋଇଥିଲେ । ସେତେବେଳକୁ ଆମୀରଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିଲା । ସେହି ସମୟରୁ ହିଁ ସଲମାନ୍ ଜଣେ କଳାକାର ହେବେ ବୋଲି ଆମୀରଙ୍କ ଆଗରେ ଇଚ୍ଛା ଜାହିର କରିଥିଲେ ।

ସେହିପରି ନବାଜୁଦ୍ଦିନ ସିଦ୍ଦିକି ୧୯୯୯ରେ ସିନେମା ‘ସରଫରୋଶ’ରେ ଆମୀରଙ୍କ ସହ କାମ କରିଥିଲେ । ମାତ୍ର ଆମିରଙ୍କୁ ନବାଜଙ୍କ କଥା ମନେ ନଥିଲା । ଆମୀର ଯେବେ ‘ତଲାଶ୍’(୨୦୧୨)ରେ ନବାଜଙ୍କ ସହ କାମ କରୁଥିଲେ, ସେତେବେଳେ ହିଁ ନବାଜ୍ କହିଥିଲେ, ସାର୍ ମୁଁ ଆପଣଙ୍କ ସହ ଆଗରୁ କାମ କରିଛି । ତା’ପରେ ହିଁ ସେ ନବାଜଙ୍କୁ ଜାଣିପାରିଥିଲେ ।