ଇତିହାସ ରଚିଲା ଆଜତକ୍ ନ୍ୟୁଜ୍ ଚ୍ୟାନେଲ୍ ! ପଛରେ ପଡ଼ିଲେ ବିବିସି ଓ ସିଏନଏନ୍, ନମ୍ବର ୱାନ ହେବା ସହ ମିଳିଲା ଡାୟମଣ୍ଡ ପ୍ଲେ ବଟନ୍

368

ଭାରତର ନମ୍ବର ୱାନ୍ ଟିଭି ଚ୍ୟାନେଲ ପୁଣି ଥରେ ଇତିହାସ ରିଚିଛି । ଆଜତକକୁ ୟୁଟ୍ୟବ ଠାରୁ ମଳିଛି ଡାୟମଣ୍ଡ ପ୍ଲେ ବଟନ୍ । ଆଜତକ ଚ୍ୟାନେଲକୁ ସାରା ଦୁନିଆର ନମ୍ବର ୱାନ୍ ଚ୍ୟାୋନଲ ରୂପେ ସ୍ୱୀକାର କରିଛନ୍ତି । ଆଜତକ ଦୁନିଆର ଏକ ମାତ୍ର ଟିଭି ଚ୍ୟାନେଲ, ଯାହାର ୟୁଟ୍ୟୁବରେ ୧ କୋଟିରୁ ଅଧିକ ସବସ୍କ୍ରାଇବର ଅଛନ୍ତି ।

ୟୁଟ୍ୟୁବ ଏହି ପୁରସ୍କାର ଗତ ସପ୍ତାହରେ ଇଣ୍ଡିଆ ଟୁଡ଼େ ଗ୍ରୁପକୁ  ପ୍ରଦାନ କରିଛି । କୌଣସି ଭାରତୀୟ ଚ୍ୟାନେଲର ଏହି ସମ୍ମାନ ହାଲସ କରିବା ଦେଶ ପାଇଁ ନିଶ୍ଚିତ ଗୌରବର ବିଷୟ । ଆଜତକର ଏହି ଉପଲବ୍ଧି ଯୋଗୁଁ ଭାରତକୁ ବିଶ୍ୱ ସ୍ତରରେ ଲୋକପ୍ରିୟ ମିଡ଼ିଆ ନକ୍ସାକୁ ନେଇଆସିଛି । ଡାୟମଣ୍ଡ ପ୍ଲେ ବଟନ୍ ୟୁଟ୍ୟୁବ ଦ୍ୱାରା ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ।

ସୂଚନାଯୋଗ୍ୟ ଆଜତକକୁ ଏହି ସମ୍ମାନ ରାତାରାତି ମିଳିଯାଇନାହିଁ । ଏହି ସମ୍ମାନ ହାସଲ ପାଇଁ ଆଜକକ ଗ୍ରୁପକୁ ବେଶ୍ ପରିଶ୍ରମ କରିଛି । ନିରନ୍ତର ଲୋକଙ୍କୁ ସଠିକ ଖବର ଦେବା ସହ ନିରବଚ୍ଛିନ୍ନ ଖବର ପରିବେଷଣ କରି ଆଜତକକୁ ଏହି ଗୌରବ ହାସଲ ହୋଇଛଇ । ଏହାପୂର୍ବରୁ ଆଜତକକୁ ସିଲଭର ବଟନ ମିଳଥିିଲା । ପରେ ଗୋଲଡ଼େନ୍ ବଟନ୍ ଆଉ ଏବେ ୧ କୋଟି ସବସ୍କ୍ରାଇବ ଟପିବା ପରେ ଡାଇମଣ୍ଡ ବଟନ୍ ମିଳିଛି ।