ସାଧାରଣ ନିର୍ବାଚନ ପୂର୍ବରୁ କଳାଟଙ୍କା କାରବାର ଜୋର୍ ! ୫୪୦ କୋଟି ମୂଲ୍ୟର ଗହଣା,ମଦ, ନଗଦ ଟଙ୍କା ଜବତ କଲେ ନିର୍ବାଚନ କମିସନ୍

Advertisment
ଯାଜପୁର ସୁକିନ୍ଦା ଅଞ୍ଚଳରୁ ଗାଡିରୁ ମିଳିଲା ୧୫ ଲକ୍ଷ ଟଙ୍କା । ଗାଡି ସମେତ ଡ୍ରାଇଭରଙ୍କୁ ଅଟକ ରଖିଲା ପୋଲିସ, ତଦନ୍ତ ପ୍ରକ୍ରିୟା ଜାରି

https://www.afternoonvoice.com

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଥିବା ବେଳେ ରାଜନୀତି ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ଘୋଷଣା ହୋଇସାରିଛି । ୨୦୧୯ ମହାସମର ପୂର୍ବରୁ ଏବେ ସାରା ଦେଶରେ ପ୍ରଚାର ଯୁଦ୍ଧ ଦେଖାଯିବ । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନେତା କିଛି ବି କରିବା ପାଇଁ ପ୍ରସ୍ତୁତ । ଭୋଟ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଟଙ୍କା, ମଦ, ସୁନା ଆଦି ବାଂଟୁଛନ୍ତି ବୋଲି ସୂଚନା ମିଳିଛି । ଲୋକସଭା ନିର୍ବାଚନ ପୂର୍ବରୁ ଟଙ୍କା ସାରା ଦେଶର ବିଭିନ୍ନ ସ୍ଥାନରୁ ୫୪୦ କୋଟି ମୂଲ୍ୟର ଟଙ୍କା, ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ମାର୍ଚ୍ଚ ୨୫, ୨୦୧୯ ସୁଦ୍ଧା ଏହି ଟଙ୍କା ଜବତ ହୋଇଛି ।

୨୦୧୯ ଲୋକସଭା ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୦ ତାରିଖ ଠାରୁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି । ଚଳିତ ନିର୍ବାଚନରେ କଳାଧନର କାରବାରକୁ ରୋକିବା ପାଇଁ ନିର୍ବାଚନ କମିଶନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୧୮ଟି ରାଜ୍ୟରୁ ନିର୍ବାଚନ କମିଶନ ୫୪୦କୋଟି ଟଙ୍କା ଜବତ କରିବା ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି  ।

ବିଭିନ୍ନ ରାଜ୍ୟରୁ ନିର୍ବାଚନ କମିସନ୍ ନଗଦ ୧୪୩.୪୭ କୋଟି ଟଙ୍କା ଜବତ କରିଛନ୍ତି । ୮୯.୬୪ କୋଟିର ମଦ ଜବତ ହେବା ସହ ୧୩୧.୭୫ କୋଟିର ନିଶାଦ୍ରବ୍ୟ ଜବତ କରାଯାଇଛି । ଏହାବ୍ୟତୀତ ୧୬୨.୯୩ କୋଟିର ମୂଲ୍ୟବାନ ଗହଣା ଓ ଅନ୍ୟନ୍ୟା ସମାଗ୍ରୀ ୧୨.୨୦୨ କୋଟି ଟଙ୍କାର ଜବତ କରିଛନ୍ତି ନିର୍ବାଚନ କମିସନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe