ସାଧାରଣ ନିର୍ବାଚନ ପୂର୍ବରୁ କଳାଟଙ୍କା କାରବାର ଜୋର୍ ! ୫୪୦ କୋଟି ମୂଲ୍ୟର ଗହଣା,ମଦ, ନଗଦ ଟଙ୍କା ଜବତ କଲେ ନିର୍ବାଚନ କମିସନ୍
କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଥିବା ବେଳେ ରାଜନୀତି ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ଘୋଷଣା ହୋଇସାରିଛି । ୨୦୧୯ ମହାସମର ପୂର୍ବରୁ ଏବେ ସାରା ଦେଶରେ ପ୍ରଚାର ଯୁଦ୍ଧ ଦେଖାଯିବ । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନେତା କିଛି ବି କରିବା ପାଇଁ ପ୍ରସ୍ତୁତ । ଭୋଟ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଟଙ୍କା, ମଦ, ସୁନା ଆଦି ବାଂଟୁଛନ୍ତି ବୋଲି ସୂଚନା ମିଳିଛି । ଲୋକସଭା ନିର୍ବାଚନ ପୂର୍ବରୁ ଟଙ୍କା ସାରା ଦେଶର ବିଭିନ୍ନ ସ୍ଥାନରୁ ୫୪୦ କୋଟି ମୂଲ୍ୟର ଟଙ୍କା, ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ମାର୍ଚ୍ଚ ୨୫, ୨୦୧୯ ସୁଦ୍ଧା ଏହି ଟଙ୍କା ଜବତ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୯ ଲୋକସଭା ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୦ ତାରିଖ ଠାରୁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି । ଚଳିତ ନିର୍ବାଚନରେ କଳାଧନର କାରବାରକୁ ରୋକିବା ପାଇଁ ନିର୍ବାଚନ କମିଶନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୧୮ଟି ରାଜ୍ୟରୁ ନିର୍ବାଚନ କମିଶନ ୫୪୦କୋଟି ଟଙ୍କା ଜବତ କରିବା ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି ।
ବିଭିନ୍ନ ରାଜ୍ୟରୁ ନିର୍ବାଚନ କମିସନ୍ ନଗଦ ୧୪୩.୪୭ କୋଟି ଟଙ୍କା ଜବତ କରିଛନ୍ତି । ୮୯.୬୪ କୋଟିର ମଦ ଜବତ ହେବା ସହ ୧୩୧.୭୫ କୋଟିର ନିଶାଦ୍ରବ୍ୟ ଜବତ କରାଯାଇଛି । ଏହାବ୍ୟତୀତ ୧୬୨.୯୩ କୋଟିର ମୂଲ୍ୟବାନ ଗହଣା ଓ ଅନ୍ୟନ୍ୟା ସମାଗ୍ରୀ ୧୨.୨୦୨ କୋଟି ଟଙ୍କାର ଜବତ କରିଛନ୍ତି ନିର୍ବାଚନ କମିସନ୍ ।