ସୁଧୁରୁନି ପାକିସ୍ତାନ : ଜମ୍ମୁ-କଶ୍ମୀର ପୁଂଛ ସେକ୍ଟରରେ ମୋର୍ଟାର ମାଡ଼ କଲା ପଡ଼ୋଶୀ ଦେଶ, ଜଣେ ଯବାନ ସହିଦ

314

କନକ ବ୍ୟୁରୋ : କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ବିଳିବିଳୋଉଛି ପାକିସ୍ତାନ । ପାକିସ୍ତାନ କାଶ୍ମୀରରେ ଅସ୍ଥିରତା ଜାରି ରଖିବାକୁ ଲଗାତାର ଉଦ୍ୟମ କରୁଛି । ଜମ୍ମୁ-କଶ୍ମୀର ସୀମାରେ ମୋର୍ଟାର ମାଡ଼ କରିଛି ପାକିସ୍ତାନ । ଫଳରେ ଜଣେ ଯବାନ ସହିଦ୍ ହୋଇଛନ୍ତି । ଗତକାଲି ଠାରୁ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଗତକାଲି ରାତିରେ ଜାମ୍ମୁକାଶ୍ମୀରର ସୀମାନ୍ତ ସୋପର , ଡୋଡା ଓ ଗନଟ୍ରେନ୍ ସେକ୍ଟରରେ ପାକ୍ ସେନା ପକ୍ଷରୁ ପ୍ରବଳ ଗୁଳି ଗୋଳା ମାଡ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ଅନ୍ୟପଟେ ବିଭିନ୍ନ ଉନ୍ନୟନମୂଳକ କାମରେ ଅଂଚଳର ସମସ୍ତେ କିପରି ସାମିଲ ହୋଇପାରିବେ ସେନେଇ ପ୍ରଶାସନ ଉଦ୍ୟମ କରୁଛି । ଏହି କ୍ରମରେ ପ୍ରଶାସନ ଆୟୋଜନ କରୁଛି କ୍ରୀଡା କାର୍ଯ୍ୟକ୍ରମ । ଦୌଡ, ଖେଳକୁଦରେ ସାମିଲ ହେଉଛନ୍ତି ଶହ ଶହ ଛାତ୍ରଛାତ୍ରୀ । କାଠୁଆରେ ଏବେ ଘରୁ ବାହାରକୁ ଆସି ପିଲାମାନେ କ୍ରିକେଟ୍ ଖେଳୁଥିବାର ଦୃଶ୍ୟ ବି ନଜରକୁ ଆସୁଛି । ଧାରା ୩୭୦ ଓ ୩୫ ଏ ଉଛେଦ ପରେ ଲୋକଙ୍କ ମନରୁ ଧୀରେ ଧୀରେ ଭୟ ଦୂର ହେବାରେ ଲାଗିଛି ।

ଲୋକେ ଘରୁ ବାହାରକୁ ବାହାରି ନିଜର ବ୍ୟକ୍ତିଗତ ଜୀବନରେ ଲାଗି ଗଲେଣି । ପିଲାମାନେ ବିନା କୌଣସି ଭୟରେ ଖେଳ ପଡିଆକୁ ଆସିଲେଣି । ସବୁଠୁ ବଡ କଥା ହେଉଛି କିଛି ମାସ ତଳେ ଯେଉଁ ଅଂଚଳରେ ଆତଙ୍କର ଭୟ ଥିଲା ସେଠି ଆଜି ଲୋକଙ୍କ ମୁହଁରେ ହସ  ଦେଖିବାକୁ ମିଳୁଛି । ପାକିସ୍ତାନ ଏହି ବାସ୍ତବ ସତ୍ୟକୁ ଗ୍ରହଣ ନକରି ଅସ୍ତ୍ରବିରତି ଉଲଂଘନ ଜାରି ରଖି ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ।