କନକ ବ୍ୟୁରୋ : ବିରଳ କୈବଲ୍ୟ ମାଛ । ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଗୋଟିଏ କୈବଲ୍ୟ ମାଛର ମୂଲ୍ୟ ଏକ ଲକ୍ଷ ଟଙ୍କା । ହେଲେ ଏକଥା ସମ୍ପୂର୍ଣ୍ଣ ସତ । ଏକ ଲକ୍ଷ ଟଙ୍କିଆ ମାଛ ଏବେ କୁଏତ୍ ଯିବ । ଚାନ୍ଦବାଲି ଧାମରା ଉପକୂଳ ଗଭୀର ସମୁଦ୍ରରୁ ଏହି ବିରଳ ମାଛ ଉଦ୍ଧାର ହୋଇଛି । ଆଲୋକ ଜ୍ୟୋତି ନାମକ ଏକ ବୋଟରେ ୧୨ ଜଣ ଧୀବର ଏହି ମାଛଟିକୁ ଉଦ୍ଧାର କରିଛନ୍ତି ।
ମାଛଟିକୁ ବିକ୍ରି ପାଇଁ କୋଲକାତା ନିଆଯାଇଥିବାବଳେ ଏହାକୁ ଓଜନ କରାଯାଇପାରିନଥିଲା ।
୧୫୦ରୁ ଉର୍ଦ୍ଧ୍ୱ ଓଜନ ଅନୁମାନ କରି ମାଛଟିକୁ ୩୨ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା । କୋଲକାତାର ଏସଏଫଟି ନାମକ ଏକ ଘରୋଇ ମେଡ଼ିସିନ୍ କମ୍ପାନୀ ଏହି ମାଛକୁ କିଣିଥିବା ପାଇଁ ନିଲାମ ଧରିଥିଲା । ମେଡ଼ିସିନ୍ କମ୍ପାନୀ ଏବେ କୈବଲ୍ୟ ମାଛକୁ ଏକ ଲକ୍ଷ ବିନିମୟରେ କୁଏତ୍ ପଠାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/FISH-1.jpg)