🔴 Montha CYCLONE LIVE UPDATES: ବାତ୍ୟାର ଟିକିନିଖି ଖବର । Odisha Cyclone Live Update

ବଙ୍ଗୋପସାଗରରେ ଆସୁଛି ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ଏନେଇ କନକ ନ୍ୟୁଜ ସହ ଯୋଡ଼ି ହୋଇ ରୁହନ୍ତୁ ଏବଂ ବାତ୍ୟାର ଟିକିନିଖି ଖବର ଜାଣନ୍ତୁ...

ଅଦ୍ୟତନ ହୋଇଛି
cyclone live updates

cyclone live updates Photograph: (KANAK NEWS)

Cyclone Montha Live 

ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ ହେବ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ।  କୁଆପଥର ମାଡ଼ ଓ ବଜ୍ରପାତରୁ ନିଜକୁ ସୁରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଆଶ୍ରୟସ୍ଥଳୀ ଭାବେ ବାଛନ୍ତୁ । ଅକ୍ଟୋବର ୨୬ ତାରିଖ ଠାରୁ ୨୯ ପର୍ଯ୍ୟନ୍ତ ସମୁଦ୍ର ଅସ୍ଥିର ରହିବ ।  ସମ୍ଭାବିତ ବାତ୍ୟା ସମୟରେ ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ  ପବନର ବେଗ ଘଣ୍ଟା ପିଛା ୩୫ରୁ ୬୦ କିମି ରହିବ। ଏହା ଘଣ୍ଟା ପିଛା ସର୍ବାଧିକ ୭୦କିମି ହୋଇପାରେ ।

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଥିବା ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି। ଅକ୍ଟୋବର ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ୨୭ରୁ ୨୯ ମଧ୍ୟରେ ମାଲକାନଗିରି ଓ କୋରାପୁଟରେ ଅତି ଭାରି ବର୍ଷା ଓ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି।

ଅଶାନ୍ତ ରହିବ ସମୁଦ୍ର

୨୬ ତାରିଖ ଆଡ଼କୁ ଏହା ଆହୁରି ଶକ୍ତି ଗୋଟାଇବ ଏବଂ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ସୋମବାର (୨୭ ତାରିଖ) ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇସାରିଥିବ ଏବଂ ଦକ୍ଷିଣ-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ। ତେବେ ଏହା କେତେ ଭୟଙ୍କର ହେବ, ‌ଗତିପଥ କେଉଁଆଡ଼େ ରହିବ ଓ କେଉଁଠାରେ ଏହା ସ୍ଥଳଭାଗକୁ ଛୁଇଁବ, ସେ ସଂକ୍ରାନ୍ତରେ ଏବେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସମ୍ଭାବ୍ୟ ବାତ୍ୟା ଯୋଗୁଁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି।

ଗଞ୍ଜାମରେ ୨ ଦିନ ସ୍କୁଲ, ଅଙ୍ଗନବାଡି ବନ୍ଦ
•ଅକ୍ଟୋବର ୨୭ ଓ ୨୮ରେ ବନ୍ଦ ରଖିବାକୁ ନିଷ୍ପତ୍ତି
•ସମସ୍ତ ପର୍ଯ୍ୟଟନସ୍ଥଳୀ ଆସନ୍ତା ୩ ଦିନ ଯାଏଁ ବନ୍ଦ
•ଗୋପାଳପୁର, ସୋନପୁର ବେଳାଭୂମି ମଧ୍ୟ ବନ୍ଦ
•ଗଂଜାମ ଜିଲ୍ଲାରେ ଜନ ଅଭିଯୋଗଶୁଣାଣି ବି ବନ୍ଦ
•ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ

  • Oct 28, 2025 20:18 IST

    ଆନ୍ଧ୍ରରେ ରାତ୍ରିକାଳୀନ କର୍ଫ୍ୟୁ

  • Oct 28, 2025 20:17 IST

    ବାତ୍ୟାର ଆଖି ନାହିଁ

  • Oct 28, 2025 19:42 IST

    ବାତ୍ୟା ଆଗରୁ ବାଜିଲା ସାଇରନ୍‌

  • Oct 28, 2025 19:42 IST

    ବାତ୍ୟା ମୋନ୍ଥାର ଲ୍ୟାଣ୍ତଫଲ୍‌ ପ୍ରକ୍ରିୟା ଆରମ୍ଭ

  • Oct 28, 2025 19:27 IST

    ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

     

    39 lll

    ଆରମ୍ଭ ହୋଇଗଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପକ୍ରିୟା । କନକ ନ୍ୟୁଜ୍‌କୁ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି । ଛୋଟ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ନାହିଁ । ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରୁଛି ।  

  • Oct 28, 2025 17:23 IST

    ମୋନ୍ଥାର ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡିଲା

  • Oct 28, 2025 17:18 IST

    ବାତ୍ୟା ମୋନ୍ଥା ପ୍ରଭାବରେ ଅଶାନ୍ତ ଚିଲିକା ; କୂଳରେ ଡଙ୍ଗା ଭିତରେ ଆଶ୍ରୟ ନେଇଛନ୍ତି ମତ୍ସ୍ୟଜୀବୀ

    ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଛି । ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏଥିପାଇଁ ଚିଲିକାରୁ ଅନେକ ମତ୍ସ୍ୟଜୀବୀ ନିଜ ନିଜ ଡଙ୍ଗାଗୁଡିକ ନେଇ କୂଳକୁ ଆସିଛନ୍ତି ,ବାତ୍ୟା ନସିରିବା ଯାଏ ଡଙ୍ଗା ଭିତରେ ହିଁ ସମୟ ବିତାଇବେ ମତ୍ସ୍ୟଜୀବୀ । ଯୋଗାଯୋଗ ପାଇଁ ସାଥିରେ ମୋବାଇଲ ରଖିଛନ୍ତି । ଡଙ୍ଗାରେ ଖାଦ୍ୟ, ପାନୀୟ ସହ, ଚାର୍ଜିଂ ପାଇଁ ସୋଲାର ପ୍ୟାନେଲ୍ ବ୍ୟବସ୍ଥା ରହିଛି । 

  • Oct 28, 2025 17:09 IST

    ଧସି ପଡ଼ିଲା ବିରାଟକାୟ ପଥର

    ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପାହଡ଼ରୁ ରାସ୍ତା ଉପରକୁ ଧସି ପଡ଼ିଲା ବିରାଟକାୟ ପଥର । ବାତ୍ୟା ଯୋଗୁଁ ଗତକାଲି ରାତିଠାରୁ ପ୍ରବଳରୁ ଅତି ପ୍ରବଳ ଲାଗି ରହିଛି । ଆର ଉଦୟଗିରିର ବ୍ଲକ ବଡ଼ ଗାଁ ରାସ୍ତା ଉପରେ ଏକ ବିରାଟକାୟ ପଥର ସହ ମାଟି ଅତଡ଼ା ଖସିଛି । ଫଳରେ ଏଠାରେ ଯାତାୟାତ ଠପ ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି ।  

  • Oct 28, 2025 14:29 IST

    ପୁରୀ ବେଳାଭୂମିରୁ ପର୍ଯ୍ୟଟକ ଖାଲି

    - ବାତ୍ୟା 'ମୋନ୍ଥା' ପାଇଁ ପୁରୀ ବେଳାଭୂମିରୁ ପର୍ଯ୍ୟଟକଙ୍କୁ ଖାଲି କଲା ପୁଲିସ - ସାଇରନ ମାରି ସମୁଦ୍ରକୂଳ ଛାଡ଼ିବାକୁ କଲା ସତର୍କ  

  • Oct 28, 2025 14:29 IST

    #୫_ଜିଲ୍ଲାକୁ_ରେଡ୍‌_ୱାର୍ଣ୍ଣିଂ

    - ବାତ୍ୟା ‘ମୋନ୍ଥା’ ପ୍ରଭାବ: ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 
    - ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା 

  • Oct 28, 2025 14:28 IST

    ଭୟ କରନ୍ତୁ ନାହିଁ: ନବୀନ ପଟ୍ଟନାୟକ

    ଭିଡିଓରେ ସେ କହିଛନ୍ତି ଯେ, ପ୍ରିୟ ଭାଇ ଓ ଭଉଣୀମାନେ   ସମସ୍ତଙ୍କୁ ନମସ୍କାର  ।    ଆପଣ ଜାଣନ୍ତି ବାତ୍ୟା 'ମୋନ୍ଥା' ଆସୁଛି ।  ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ ।  ପ୍ରଶାସନକୁ ପୁରା ସହଯୋଗ କରନ୍ତୁ  ।    ଆମର ଦଳର ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ  ଯେ , ସେମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ   ।    ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ  ବିପର୍ଯ୍ୟୟର  ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ  ବାତ୍ୟାର ମୁକାବିଲା କରିବା  ।  ଧନ୍ୟବାଦ ।  ବନ୍ଦେ ଉତ୍କଳ ଜନନୀ   ।

  • Oct 28, 2025 12:39 IST

    ଲୋକମାନଙ୍କ ପାଇଁ ସଜାଗ ପ୍ରଶାସନ

    ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି । ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ ବାତ୍ୟା ଭୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି 

     

    THUMBS
    Photograph: (kanaknews)

     

     

  • Oct 28, 2025 12:33 IST

    ଦକ୍ଷିଣ ଓଡ଼ିଶା ପାଇଁ ୧୨୫ ଟିମ୍ ସଜାଗ

    - ଦକ୍ଷିଣ ଓଡ଼ିଶା ପାଇଁ ସଜାଗ ଅଛନ୍ତି ୧୨୫ ଟିମ୍ 
    - ୩୪୬ ଅଗ୍ନିଶମ କେନ୍ଦ୍ରକୁ ଜଗିଛନ୍ତି କଣ୍ଟ୍ରୋଲ ରୁମ୍
    - ସହଯୋଗ ପାଇଁ ୧୧୨ ନଂକୁ ଯୋଗାଯୋଗ କରିବାକୁ ପରାମର୍ଶ
    - ଭୁବନେଶ୍ୱର ଫାୟାର ଷ୍ଟେସନରୁ କଣ୍ଟ୍ରୋଲ କରାଯାଉଛି
    - ଅଗ୍ନିଶମ ଡିଆଇଜି ଉମାଶଙ୍କର ଦାଶଙ୍କ ସୂଚନା

  • Oct 28, 2025 12:06 IST

    ମୋନ୍ଥାର ପ୍ରଭାବ : ଜୁଆର ମାଡ଼ରେ ଦବିଗଲା ପଥରବନ୍ଧ

    ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି  ।  ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । କେନ୍ଦ୍ରାପଡ଼ାରେ ବି ପ୍ରବଳ ବର୍ଷା ଦେଖିବାକୁ ମିଳିଛି  ।  ବର୍ଷାରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଦବିଗଲା ପଥରବନ୍ଧ

     

    cycolne
    Photograph: (kanaknews)

     

  • Oct 28, 2025 12:02 IST

    ଧସିଗଲା ପାହାଡ଼, ରାସ୍ତା ଅବରୋଧ

    ଗଜପତି: ବର୍ଷା ଯୋଗୁଁ କାଶୀନଗର ବ୍ଳକ ପାର୍ତଡ଼ା ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗା ଗାଁ ନିକଟରେ ଧସିଗଲା ପାହାଡ଼

     

    kashi
    Photograph: (kanaknews)

     

  • Oct 28, 2025 12:00 IST

    ମାଲକାନଗିରିରେ ମୋଟ ୨୮୯ ଲୋକଙ୍କୁ ସ୍ଥାନାନ୍ତରିତ

    ମାଲକାନଗିରିରେ ମୋଟ ୨୮୯ ଲୋକଙ୍କୁ ସ୍ଥାନାନ୍ତରିତ

     

    ବାତ୍ୟା ‘ମୋନ୍ଥା’ ପ୍ରଭାବ: ମାଲକାନଗିରି ଜିଲ୍ଲାରେ ମୋଟ ୨୮୯ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୨୧୭ ଗର୍ଭବତୀ ମହିଳାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନା ଓ ମାଁ ଗୃହକୁ ସ୍ଥାନାନ୍ତରିତ କରାଯାଇଛି। ୯ଟି ଅଗ୍ନିଶମ, ୩ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ ବିଭିନ୍ନ ଅଞ୍ଚଳରେ ମୁତୟନ ଅଛନ୍ତି।

  • Oct 28, 2025 11:58 IST

    ମାଡ଼ିଆସୁଛି ବାତ୍ୟା

  • Oct 28, 2025 11:49 IST

    ମୋନ୍ଥାରେ ଜନ୍ମ ନେଲା ମନ୍ଥନ

  • Oct 28, 2025 11:46 IST

    ଦିଶିଲାଣି ବାତ୍ୟା.....

  • Oct 28, 2025 11:15 IST

    ଭୁଲିନୁ ଆମେ ସେ ଦିନ

  • Oct 28, 2025 11:14 IST

    ବସିବ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ

  • Oct 28, 2025 10:14 IST

    ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

    ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି । ଏହି କ୍ରମରେ କୋରାପୁଟରେ ସକ୍ରିୟ ରହିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଟୋଲ୍‌ ଫ୍ରି' ନମ୍ବରରେ କଲ୍‌ ସ୍ଥାନାନ୍ତର କିମ୍ବା ଅନ୍ୟାନ୍ୟ ସହାୟତା ନେଇ ପାରିବେ ଲୋକେ ।  ୧୦୭୭-୦୬୮୫୨-୨୫୧୧୦୧ କଲ୍‌ କରି ସହାୟତା ପାଇ ପାରିବେ ଲୋକେ । 

  • Oct 28, 2025 10:03 IST

    ମାଡ଼ିଆସୁଛି ବାତ୍ୟା ମୋନ୍ଥା, ଓଡ଼ିଶା ଶକ୍ତି ବିଭାଗ ପ୍ରସ୍ତୁତ

    କନକ ବ୍ୟୁରୋ: ବାତ୍ୟା 'ମୋନ୍ଥା' ସମୟରେ ବିଦ୍ୟୁତ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ଶକ୍ତି ବିଭାଗ ପ୍ରସ୍ତୁତ । ବାତ୍ୟା 'ମୋନ୍ଥା' ଉପରେ ନଜର ରଖି, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବାତ୍ୟାର ସମ୍ଭାବ୍ୟ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ସରକାରୀ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ବୈଠକରେ ଉନ୍ନୟନ କମିଶନର, ଏସିଏସ୍ ତଥା-ସ୍ୱତନ୍ତ୍ର ରିଲିଫ୍ କମିଶନର, ଶକ୍ତି ବିଭାଗ ପ୍ରମୁଖ ସଚିବ ଏବଂ ଅନ୍ୟ ବିଭାଗର ସଚିବମାନେ ଯୋଗ ଦେଇଥିଲେ । ଶକ୍ତି ବିଭାଗ ତାର ପ୍ରସ୍ତୁତି ଏବଂ ବିଦ୍ୟୁତ ଭିତ୍ତିଭୂମି ଉପରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ କମ କରିବା ଏବଂ ରାଜ୍ୟ ସାରା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପସ୍ଥାପନ କରିଥିଲା । ପ୍ରଭାବିତ ଗ୍ରାହକମାନଙ୍କୁ ପୁନରୁଦ୍ଧାର ଅଗ୍ରଗତି ବିଷୟରେ ସୂଚନା ଦେବା ପାଇଁ କଲ୍ ସେଣ୍ଟର ସହିତ ସମନ୍ୱୟକୁ ମଧ୍ୟ ସୁଦୃଢ଼ କରାଯାଇଛି । ଗ୍ରାହକମାନେ ୨୪ ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର 1912 ମାଧ୍ୟମରେ ବିଦ୍ୟୁତ୍ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ବିଷୟରେ ରିପୋର୍ଟ କରିପାରିବେ ।

    ଏହିସବୁ ଜିଲ୍ଲାକୁ ପ୍ରବଳ ବର୍ଷା ଭୟ: ୮ ଜିଲ୍ଲାରେ ତିନି ଦିନ ପାଇଁ ସ୍କୁଲ ଛୁଟି

    ସେପଟେ, ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପୂରା ପ୍ରସ୍ତୁତ ଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳ ବୁଲି ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ତଦାରଖ କରୁଛନ୍ତି ସ୍ଥାନୀୟ ପ୍ରଶାସନ । ଖଲ୍ଲିକୋଟ ବ୍ଲକରେ  ଚିଲିକା ଉପକୂଳ ରେ ଥିବା ୬ ଖଣ୍ଡ ପଞ୍ଚାୟତ ର ୧୨ ରୁ ୧୩ ଖଣ୍ଡ ଗ୍ରାମକୁ ବୁଲି ସ୍ଥିତି ପରିଖିଛନ୍ତି ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ତହସିଲଦାର ଡି ମାଲେଶ୍ୱର ପାତ୍ର , ବିଡ଼ିଓ ଦେବାଶିଷ ସାମଲ ଓ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ ପ୍ରଧାନ । ବାତ୍ୟାକୁ ମୁକାବିଲା କରିବା ପାଇଁ ଖଲ୍ଲିକୋଟ ବ୍ଲକରେ ଥିବା ୧୬ ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଓ ୧୫ ଅସ୍ଥାୟୀ ସ୍ଥଳ ସମ୍ପୂର୍ଣ ଭାବେ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଖଲ୍ଲିକୋଟ ବିଡ଼ିଓ । ଏହା ସହ ଆଉ କିଛି ସମୟ ପରେ ଗର୍ଭବତୀ ମହିଳା ମାନଙ୍କୁ ସ୍ଥାନାନ୍ତର କରାଯିବ ନେଇ ସୂଚନା ଦେଇଛନ୍ତି । ସେପଟେ ସରକାର କହିଥିବା ଜିରୋ କଜୁଆଲଟି କୁ ଧ୍ୟାନ ରେ ରଖି ସମ୍ପୁର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ତହସିଲଦାର କହିଛନ୍ତି ।

     

  • Oct 28, 2025 07:24 IST

    ଆନ୍ଧ୍ର, ତାମିଲନାଡ଼ୁରେ ପ୍ରବଳ ବର୍ଷା: ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ, ଟ୍ରେନ୍‌ ବାତିଲ

    ବାତ୍ୟା ‘ମୋନ୍ଥା’ ୨୮ ତାରିଖରେ ଆନ୍ଧ୍ର ପ୍ରଦେଶର କାକିନାଡ଼ାଠାରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସମେତ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ବାତ୍ୟା ଆନ୍ଧ୍ର ମୁହାଁ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହିତ ଫୋନରେ କଥା ହୋଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡୁ ଅମରାବତୀ ଆରଟିଜିଏସ୍‌ଠାରେ ବାତ୍ୟା ସମୀକ୍ଷା କରିଛନ୍ତି। ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ କହିବା ସହିତ ଘଣ୍ଟାକୁ ଘଣ୍ଟା ବାତ୍ୟାର ଗତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଓ ବନ୍ୟା ଆଶଙ୍କା ଥିବା ଅଞ୍ଚଳରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।  ନଦୀବନ୍ଧ ସୁଦୃଢ଼ କରିବା ଏବଂ ଚାଷୀଙ୍କ ଫସଲ ଯେପରି ନଷ୍ଟ ନହେବ ସେନେଇ ଆଗୁଆ ପଦକ୍ଷେପ ନେବାକୁ କହିଛନ୍ତି ।    

  • Oct 28, 2025 07:23 IST

    ବାତ୍ୟା ‘ମୋନ୍ଥା’ ପାଇଁ  ୧୦୮ ଆମ୍ବୁଲାନ୍ସ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି

    ବାତ୍ୟା ‘ମୋନ୍ଥା’ ପାଇଁ  ୧୦୮ ଆମ୍ବୁଲାନ୍ସ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ୧୦୮ କଲ୍ ସେଣ୍ଟରକୁ ବ୍ୟାକ୍‌ଅପ୍ ପାୱାର୍, ଇଣ୍ଟରନେଟ୍ ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଯାହାଦ୍ୱାରା କଣ୍ଟ୍ରୋଲ୍ ଓ ଡିସପାଚ୍ ସେଣ୍ଟରରୁ ନିରବଚ୍ଛିନ୍ନ ଜରୁରିକାଳୀନ ସେବା ଯୋଗାଇ ମିଳିପାରିବ। ଜରୁରିକାଳୀନ କଲ୍ ସଂଖ୍ୟାରେ ସମ୍ଭାବ୍ୟ ବୃଦ୍ଧି ଓ କୌଣସି କଲ୍ ଯେପରି ହାତଛଡ଼ା ନ ହୁଏ, ସେଥିପାଇଁ ଅତିରିକ୍ତ କର୍ମଚାରୀ ନିୟୋଜିତ କରାଯାଇଥିବା ୧୦୮ ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍‌ ପକ୍ଷରୁ ସୂଚନା ଦିଆଯାଇଛି। 

  • Oct 27, 2025 12:00 IST

    Montha CYCLONE LIVE ବାତ୍ୟା ମୋନ୍ଥାର ସ୍ପିଡ୍ ବଢୁଛି : ସମୁଦ୍ରରେ ବଳ ଗୋଟାଇ ଆଗକୁ ବଢ଼ୁଛି

    କନକ ବ୍ୟୁରୋ: ଆସିଲା ବାତ୍ୟା ମୋନ୍ଥା ନେଇ ତାଜା ଅପଡେଟ୍ । ସମୁଦ୍ର ଭିତରେ ସ୍ପିଡ୍ ବଢ଼ାଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଥିବାବେଳେ, ଏବେ କିନ୍ତୁ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ଗତ ୬ ଘଣ୍ଟା ଧରି ଏହା ସମୁଦ୍ର ଭିତରେ ଘଣ୍ଟା ପ୍ରତି ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି ।

    ବର୍ତ୍ତମାନ ସମୟରେ ଏହା ଚେନ୍ନାଇଠାରୁ ୫୨୦ କିଲୋମିଟର ଦୂରରେ ଥିବାବେଳେ, କାକିନାଡ଼ାଠାରୁ ୫୭୦ କିଲୋମିଟର ଦୂରରେ ରହିଛି । ସେହିପରି ବିଶାଖାପାଟଣାଠାରୁ ୬୦୦ କିଲୋମିଟର ଏବଂ ଗୋପାଳପୁରଠାରୁ ୭୫୦ କିଲୋମିଟର ଦୂରରେ ଅଛି । ତେବେ ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ମଧ୍ୟରାତ୍ରିରେ ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ବାତ୍ୟା ମୋନ୍ଥା ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢୁଛି ।

    ବଙ୍ଗୋପସାଗରରେ ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା : ଗଜପତି ଗଞ୍ଜାମରେ ବର୍ଷା ଜାରି

    ପାଣିପାଗ ବିଭାଗର କହିବା ମୁତାବକ, ୨୮ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା। ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ୧୧୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ଦିଆଯାଇଛି। ବାତ୍ୟା 'ମୋନ୍ଥା'ର ବାହ୍ୟ ବାଦଲ ସମୂହ ବିଶାଖାଟଣା ରାଡ଼ାରରେ ଦୃଶ୍ୟମାନ ହେଲାଣି। ପ୍ରଭାବରେ ଗଜପତି, ଗଞ୍ଜାମ ଜିଲ୍ଳାରେ ବର୍ଷା ଆରମ୍ଭ ହୋଇଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ତୀବ୍ର ବୃଷ୍ଟିପାତ ସମ୍ଭାବନା ରହିଛି ।

  • Oct 27, 2025 11:19 IST

    ବାତ୍ୟା ‘ମନ୍ଥା’ର ପ୍ରଭାବରେ ବର୍ଷା

    ବାତ୍ୟା ‘ମନ୍ଥା’ର ପ୍ରଭାବରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଛି ।  ଯେକୌଣସି ମୁହୂର୍ତ୍ତରେ ଇନ୍ଦ୍ରାବତୀ  ଜଳଭଣ୍ଡାରର ଜଳ ନିଷ୍କାସନ କରାଯିବା ନେଇ ସତର୍କ ସୂଚନା ଜାରି କଲେ ଡ୍ୟାମ୍ କତ୍ତୃପକ୍ଷ । ଇନ୍ଦ୍ରାବତୀ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨ମିଟର ରହିଛି ।

  • Oct 27, 2025 11:07 IST

    ବାତ୍ୟା ନେଇ ସ୍କୁଲ ଛୁଟି ଘୋଷଣା

  • Oct 27, 2025 09:05 IST

    ଦୁଇଦିନ ପାଇଁ ଅଙ୍ଗନବାଡ଼ି ବନ୍ଦ

    ବାତ୍ୟା ମୋନ୍ଥା ଆଶଙ୍କାରେ ଆସନ୍ତା  ୨୮ ଓ ୨୯ ତାରିଖରେ ୮ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଚେତାବନୀ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡିକରେ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଛି ।  ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ । ଏହି ଜିଲ୍ଲାଗୁଡିକରେ ୨୮ ଓ ୨୯ ତାରିଖ ଅଙ୍ଗନୱାନି କେନ୍ଦ୍ର ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ଏ ନେଇ ମହିଳା  ଓ ଶିଶୁ କଲ୍ୟାଣ ବିଭାଗ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି । 

  • Oct 27, 2025 07:23 IST

    ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ମୋନ୍ଥା, ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି  

    ବଙ୍ଗୋପସାଗରରେ ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ମୋନ୍ଥା । ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ  ଛୁଇଁବ । ଘଣ୍ଟାପ୍ରତି ୧୩ କିମି ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ମଧ୍ୟରାତ୍ରୀରେ ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ବାତ୍ୟା ମୋନ୍ଥା ସମୁଦ୍ର ମଧ୍ୟରେ ଗୋପାଳପୁର ଠାରୁ ୮୬୦କିମି ଏବଂ କାକିନାଡ଼ା ଠାରୁ ୭୧୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟାପ୍ରତି ୧୩କିମି ବେଗରେ ଏହା ଉପକୂଳ ଆଡକୁ ମାଡ଼ିଆସୁଛି । ୨୮ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଉପକୂଳ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ୧୧୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

  • Oct 26, 2025 18:00 IST

    ଆଜି ରାତିରେ ବାତ୍ୟା!

  • Oct 26, 2025 15:53 IST

    Cyclone Update : ୧୨ଘଣ୍ଟାରେ ବାତ୍ୟା !

    କନକ ବ୍ୟୁରୋ: ବଙ୍ଗୋପସାଗରରେ ଗଭୀର ଅବପାତ । ୧୨ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ । ସମୁଦ୍ର ଭିତର ବଳ ଗୋଟାଇ ସ୍ଥଳଭାଗ ମୁହାଁ ଗଭୀର ଅବପାତ । ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୨୮ରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳୁ ମଙ୍ଗଳବାର ସକାଳ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

    କିଛିକିଛି ସ୍ଥାନରେ ୧୨ ସେଣ୍ଟିମିଟରରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ସୋମବାର ସକାଳୁ ମଙ୍ଗଳବାର ସକାଳ ଯାଏଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୮ ତାରିଖରେ ୫ ଜିଲ୍ଲାକୁ ରେଡୱାର୍ଣ୍ଣିଂ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ରେଡୱାର୍ଣ୍ଣିଂ ଜାରି ହୋଇଛି । ଏହି ୫ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଅକ୍ଟୋବର ୨୯ ତାରିଖରେ ୫ ଜିଲ୍ଲାକୁ ରେଡୱାର୍ଣ୍ଣିଂ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  

    ସେପଟେ, ଚାଷୀଙ୍କୁ ଆତଙ୍କିତ କରୁଛ ସମ୍ଭାବ୍ୟ ବାତ୍ୟା । ତରବରିଆ ଭାବେ ବିଲରୁ ଧାନ କାଟି ନେଉଛନ୍ତି ଚାଷୀ । ବିଶେଷ କରି ମାଲକାନଗିରି ଜିଲ୍ଲାରେ ଆଗାମି ୩ ଦିନ ଧରି ରେଡ ଆଲର୍ଟ ଜାରି ହୋଇ ଥିବାରୁ ଲୋକେ ଆତଙ୍କିତ ହୋଇ ପାଚିଲା-ଅପାଚିଲା ଧାନ ସବୁ କାଟି ନେଉଛନ୍ତି । ଧାନ କଟା ମେସିନ ପାଇବା ଲାଗି ଚାଷୀଙ୍କ ଧାଡି ଲାଗିଛି । ମାଲକାନଗିରି ଏମଭି ୪୩ ଗାଁରେ ଦିନ ରାତି ଧାନ କଟା ଜାରି ରଖିଛନ୍ତି ଚାଷୀ ।

     ବାତ୍ୟାକୁ ନେଇ ସଜାଗ ମତ୍ସ୍ୟଜୀବୀ । ଚିଲିକାରୁ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ ମେସିନକୁ  ସୁରକ୍ଷିତ ସ୍ଥାନକୁ ନେଇ ଆସୁଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସହ ସହ ମତ୍ସ୍ୟଜୀବୀ ଚିଲିକାରେ ମାଛ ଧରିବା ଛାଡ଼ି ଉଚ୍ଚ ସ୍ଥାନକୁ ଚାଲି ଆସିଛନ୍ତି । ପୂର୍ବ ବାତ୍ୟାରେ ଚିଲିକାରେ ମତ୍ସଜୀବୀମାନଙ୍କ ଡଙ୍ଗା ଜାଲ ସମସ୍ତ ସାମଗ୍ରୀ ସେମାନଙ୍କର କ୍ଷତି ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ମିଳି ପାରିନାହିଁ  । ପୁଣି ଆଉ ଏକ ବତ୍ୟା ଖବର ସୁଣି ସେମାନଙ୍କ ମନରେ ଛନକା ପସି ଯାଇଛି । 

  • Oct 26, 2025 10:47 IST

    ବଙ୍ଗୋପସାଗରେ ଗଭୀର ଅବପାତ ; ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ

    ବଙ୍ଗୋପସାଗରରେ ଗଭୀର ଅବପାତ । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ । ସମୁଦ୍ର ଭିତର ବଳ ଗୋଟାଇ ସ୍ଥଳଭାଗ ମୁହାଁ ଗଭୀର ଅବପାତ । ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୨୮ରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି । ଅବପାତଟି  ଏବେ ଚେନ୍ନାଇରୁ ୮୫୦ କିଲୋମିଟର, ବିଶାଖାପାଟଣାରୁ ୮୯୦ କିଲୋମିଟର, ଆନ୍ଧ୍ରପ୍ରଦେଶର କାକିନାଡାରୁ ୮୯୦ କିଲୋମିଟର ଦକ୍ଷିଣ ପୂର୍ବରେ ଏବଂ ଗୋପାଳପୁରରୁ ୯୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଅଛି । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ତାରିଖ ସକାଳ ସୁଦ୍ଧା ପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହେବ ।ଏହା ୨୮ ଅକ୍ଟୋବର ସନ୍ଧ୍ୟା ଅବା ରାତିରେ ମଚିଲିପଟ୍ଟନମ ଏବଂ କଳିଙ୍ଗପଟ୍ଟନମ ମଧ୍ୟରେ କାକିନାଡା ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏକ ପ୍ରବଳ ଘୂର୍ଣ୍ଣିଝଡ଼ ରୂପେ ପବନ ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ରହିବ । ମଝିରେ ମଝିରେ ଝଟକା ପବନ ଘଣ୍ଟା ପ୍ରତି ୧୧୦ କିଲୋମିଟର ବହିବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବ । ଖାଲି ଦକ୍ଷିଣ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ୩ ଦିନ ଧରି ପ୍ରବଳ ବର୍ଷିବ।  ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ ୱାଣ୍ଣିଂ ଜାରି କରାଯାଇଛି । 

  • Oct 25, 2025 14:03 IST

    Montha CYCLONE Latest LIVE Update

     

    Cyclone update
    Cyclone update Photograph: (Kanak news)

     

  • Oct 25, 2025 12:46 IST

    ଭୀଷଣ ବାତ୍ୟାର ରୂପ ନେବ 'ମୋନ୍ଥା'

  • Oct 25, 2025 10:56 IST

    ଆନ୍ଧ୍ରମୁହାଁ ସମ୍ଭାବ୍ୟ ବାତ୍ୟା

    ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜ ନେବ ଅବପାତର ରୂପ । ଆସନ୍ତାକାଲି ହୋଇପାରେ ଗଭୀର ଅବପାତ । ଆହୁରି ଘନିଭୁତ ହୋଇ ୨୭ରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ତେବେ କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ ହେବ, ଆଜି ସ୍ପଷ୍ଟ କରିବ ଆଇଏମଡି । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ‘ମୋନ୍ଥା’। ଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି । ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି । ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ତାପରେ ବଳ ଗୋଟାଇ ଉପକୂଳ ମୁହାଁ ହେବ ବାତ୍ୟା । ପାଣିପାଗ ସଂସ୍ଥା ୱିଣ୍ଡିର ଆକଳନ ଅନୁସାରେ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୮ ତାରିଖ ବେଳକୁ ସ୍ଥଳଭାଗ ଅତିକ୍ରମ କରିପାରେ । ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ନିକଟ ଦେଇ ଅତିକ୍ରମ କରିପାରେ ଉପକୂଳ । 

  • Oct 24, 2025 19:26 IST

    ଆଗାମୀ ୨୫ ତାରିଖରେ ଅବପାତର ରୂପ ନେବ

    ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଲଘୁଚାପ ଆଗାମୀ ୨୫ ତାରିଖରେ ଅବପାତର ରୂପ ନେବ ।  ସୁଦୃଶ୍ୟ ଲଘୁଚାପର ରୂପ ନେବ। ୨୬ ତାରିଖ ବେଳକୁ ଗଭୀର ଅଭପାତର ରୂପ ନେବ । ୨ ୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ । ଏବେ ଲଘୁଚାପ ଧୀରେ ଧୀରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି। ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି ।  ବଙ୍ଗୋପସାଗରରେ ବଳ ଗୋଟାଉଛି। ବାତ୍ୟା ପାଇଁ ରହିଛି ଅନୁକୂଳ ପାଗ । ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି  ।   କିନ୍ତୁ ପବନର ଆଶଙ୍କା କମ୍ ଥିବା କୁହାଯାଉଛି। ତେବେ ବାତ୍ୟା କେଉଁଠି ମାଡ଼ ହେବ, ସେନେଇ ଏବେ ଯାଏ କୌଣସି ସୂଚନା ମିଳିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe