ପୁଣି ରାଜ୍ୟରେ ୯୬ଜଣ କରୋନା ପଜିଟିଭ୍ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି

3,789

କନକ ବ୍ୟୁରୋ : ରାଜ୍ୟରେ ଆଜି ପୁଣି ୯୬ ପଜିଟିଭ୍ ଚିହ୍ନଟ ।  ଆଜି ପୁଣି ୯୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ୧୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଓ ଗଜପତିରୁ ସର୍ବାଧିକ ୧୦ ଜଣ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୯ ଜଣ, ଭଦ୍ରକ, ବଲାଙ୍ଗୀର ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଜଗତସିହପୁର, କଟକ, ଗଞ୍ଜାମ , ଯାଜପୁରରୁ ୬ ଜଣ, କଲାହାଣ୍ଡିି ୫, ବାଲେଶ୍ୱର,ଦେବଗଡ଼, ନୂଆପଡ଼ାରୁ ୪ଜଣ, ଢ଼େଙ୍କାନାଳରୁ ୨ଜଣ ଓ କେନ୍ଦୁଝର, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଫଳରେ ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୩୩ରେ ପହଞ୍ଚିଛି । ତେବେ ୯୭୭ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି । ଅପରପକ୍ଷରେ ୭ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି ।